01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

ମାଲକାନଗିରି (ସ.ଖ. ପ୍ର ): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଭେଜାଙ୍ଗିୱାଡା ଗାଁ ନିକଟରେ ଥିବା ବ୍ରିଜ ପାଖ କେନାଲ ପାଣିରୁ ଜଣେ ବିବାହିତ ମହିଳାଙ୍କମୃତ ଦେହ ମିଳିଛି |ଏହା ଚିନ୍ତଲୱାଡା ଗ୍ରାମର ଟଭା ମାଡକାମି ବୋଲି ଜଣାପଡିଛି lଗ୍ରାମବାସୀ ମାନଙ୍କଠାରୁ ମିଳିଥିବା ସୁଚନା ଅନୁଯାଇ ଉକ୍ତ ମହିଳାଙ୍କର ୨ ଜଣ ସ୍ବାମୀ ରହିଛନ୍ତି ମହିଳା ଜଣଙ୍କ ପ୍ରଥମେ ସେହି ଗ୍ରାମର ମହାଦେବ କୁମ୍ଭାର ଙ୍କୁ ବିବାହ କରିଥିବା ବେଳେ ପୁଣିଥରେ ସେହି ଗ୍ରାମର ସନ୍ୟାସୀ ମାଡକାମି ସ୍ତ୍ରୀ ପରିଚୟ ଦେଇ ତାଙ୍କ ପାଖରେ ପ୍ରାୟ ୧୨ ବର୍ଷରୁ ଉର୍ଧ୍ଵ ସମୟ ହେବ ରହି ଆସୁଥିଲେ କିନ୍ତୁ ମହାଦେବ କୁମ୍ଭାର ପାଖରେ ଟଭା ତାଙ୍କ ସ୍ତ୍ରୀ ବୋଲି ପ୍ରମାଣପତ୍ର ଥିବା ସେ ପ୍ରକାଶ କରିଛନ୍ତି l ମୃତ ମହିଳାଙ୍କ ସମ୍ପର୍କୀୟ ଗଙ୍ଗା ମାଡକାମି କାଲିମେଳା ଥାନାରେ ଲିଖିତ ଭାବେ ଜଣାଇଛନ୍ତି ଯେ ତାଙ୍କ ମାଉସୀ ଟଭା ମାଡକାମି ଗତ ୨୬.୭.୨୦୨୦ ସଂନ୍ଧ୍ୟା ୫ଟାରେ ଶୌଚ ପାଇଁ ଯାଇ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ରାତିପର୍ଯ୍ୟନ୍ତ ସବୁଆଡେ ଖୋଜାଖୋଜି କରିଥିଲେ ସୁଦ୍ଧା ମହିଳାଙ୍କର ପତ୍ତା ମିଳିନଥିଲା । ତେବେ ସୋମବାର ସକାଳ ପ୍ରାୟ ୧୦ଟା ସମୟରେ ଭେଜାଙ୍ଗିୱାଡା ଆଇରନ ବ୍ରିଜ ନିକଟରେ ଥିବାକେନାଲ ପାଣିରେ ଜଣେ ମହିଳା ଶବ ଭାଷୁଛି ବୋଲି ଖବର ମିଳିବା ପରେ ପରିବାର ଲୋକ ଘଟଣା ସ୍ଥଳକୁ ଯାଇ ସେ ଟଭା ମାଡକାମି ବୋଲି ଚିହ୍ନଟ କରିଥିଲେ |ପରେ କାଲିମେଳା ଥାନାକୁ ଖବର ଦିଆଯିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବଦ କରି କାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଛେଦ ପାଇଁ ପଠାଇଥିଲେ | ପାଣିରେ ବୁଡ଼ି ମହିଳାଙ୍କ ମୃତ୍ୟୁ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ।ଏନେଇ ଥାନାରେ ୨୪।୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୂରଜ କୁମାର ଝାଙ୍କର ସୁଚନା ଦେଇଛନ୍ତି|ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଥିବା ସେ କହିଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *