କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମୃତ୍ୟୁରେ ଭାଷା ସୁରକ୍ଷା ସମ୍ମିଳନୀ କୋରାପୁଟ ଶାଖା ତରଫରୁ ଶ୍ରଦ୍ଧାଞ୍ଜଳି

କୋରାପୁଟଜିଲ୍ଲା(ସଖପ୍ର): ଆଜି କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମୃତ୍ୟୁର ସପ୍ତମ ଦିନରେ ଭାଷା ସୁରକ୍ଷା ସମ୍ମିଳନୀ କୋରାପୁଟ ଶାଖା ତରଫରୁ ଜୟପୁରସ୍ଥିତ ଯାଦବ ଭବନରେ ସ୍ବର୍ଗତ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ସେ ଜଣେ ଧର୍ମ ପରାୟଣ ଓ ମିଷ୍ଟଭାଷୀ ବ୍ୟକ୍ତି ଥିଲେ। ଉପସ୍ଥିତ ଶ୍ରଦ୍ଧାଳୁ ଓ ବୁଦ୍ଧିଜୀବୀ ମାନେ ଶ୍ରୀ ପାଣିଗ୍ରାହୀଙ୍କ ସ୍ମୃତିଚାରଣ କରିଥିଲେ।ଏହି ଶୋକସଭାରେ ଅମରଲାଲ ଆହୁଜା,ଦେବେନ୍ଦ୍ର ବାହିନୀପତି, ଶିଶିର ମିଶ୍ର, ମୀନକେତନ ପରିଚ୍ଛା, ସୁରେଶ ଦାଶ, ହରିହର କରସୁଧା ପଟ୍ଟନାୟକ, କୃଷ୍ଣଚନ୍ଦ୍ର ନେପାକ, ଦୁର୍ଗା ମାଧବ ଶତପଥି, ସଭାପତି ମଦନ ମୋହନ ନାୟକ, ସଂପାଦକ ରାଜେନ୍ଦ୍ର ଗୌଡ ସମେତ ଭାଷାସୁରକ୍ଷା ସମ୍ମିଳନୀର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।