01/21/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ ଆହାର କେନ୍ଦ୍ରରେ ଖାଇଲେ

କୋରାପୁଟଜିଲ୍ଲା: ଜିଲ୍ଲା ନୋଡାଲ ଅଧିକାରୀ ତଥା ରାଜ୍ୟ କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ ଆଜି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ଥିତି ଅନୁଧ୍ୟାନ କରିଛନ୍ତି।ସେ ଡାକ୍ତରଖାନାର ବିଭିନ୍ନ ବିଭାଗ ବୁଲି ଦେଖିବା ସହ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ସହ ଆଲୋଚନା କରିଥିଲେ। ଏମିତି ବୁଲିବାସମୟରେ ହଠାତ୍ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରକୁ ଯାଇ ଭାତ,ଡାଲମା ଖାଇଛନ୍ତି।ସଚିବ ୨୦ଟି ଟିକେଟ ନିଜେ କିଣି ଆହାର କେନ୍ଦ୍ରକୁ ଆଗରେ ପ୍ଲେଟ ଧରି ଲାଇନରେ ଠିଆ ହୋଇ ଥିଲେ।ପରେ ଲୋକମାନଙ୍କ ସହ ମିଶି ଭାତ,ଡାଲମା ଖାଇଥିଲେ।ଖାଦ୍ୟର ଗୁଣାତ୍ମକ ମାନ ଠିକ୍ ଥିବାରୁ ସେ ଖୁସି ହୋଇଥିଲେ।କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ,କଲେଜ ଅଧ୍ୟକ୍ଷ ଡାକ୍ତର କୃଷ୍ଣଚନ୍ଦ୍ର ବିଶ୍ୱାଳ,ହସ୍ପିଟାଲ ଅଧିକ୍ଷକ ଡାକ୍ତର ହରେକୃଷ୍ଣ ଦଳେଇ,ହସ୍ପିଟାଲ ପ୍ରଶାସିକା ମଧୁମିତା ନାୟକ,କୋରାପୁଟ ପୌର ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ସଚିବଙ୍କ ସହ ଆହାର କେନ୍ଦ୍ରରେ ଖାଇଥିଲେ। ପ୍ରକାଶ ଥାଉକି ସଚିବଙ୍କ ସହ ଥିବା ଅଧିକାରୀ ମାନେ ଯଦି ସପ୍ତାହରେ ଦୁଇ ତିନିଥର ଅଚାନକ ଯାଇ ଆହାର କେନ୍ଦ୍ରରେ ଭାତ,ଡାଲମା ଖାଇବେ ତାହେଲେ ଭାତ,ଡାଲମାର ମାନ ସବୁଦିନ ଠିକ୍ ରହିପାରନ୍ତା। ଏହି ଅବସରରେ ସଚିବ ଡାକ୍ତରଖାନାରେ ରହିଥିବା ନିରାମୟ କେନ୍ଦ୍ରକୁ ଯାଇ ଅଧିକାରୀ ଓ ଔଷଧ ନେବାକୁ ଆସିଥିବା ବ୍ୟକ୍ତିମାନଙ୍କ ସହ ଆଲୋଚନା କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *