କୃଷି ବିଭାଗର ଖରିଫ-୨୦ ପାଇଁ ନୀତି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ

ରାୟଗଡ଼ା ଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ )ଆଜି ସ୍ଥାନୀୟ ପ୍ରକଳ୍ପ ନିର୍ଦେଶକ ଜଳବିଭଜିକା ମିଶନ କାର୍ଯ୍ୟାଳୟ ସମିଳନୀ କକ୍ଷଠାରେ ରାୟଗଡ଼ା ଜିଲ୍ଲା ନିମନ୍ତେ ଖରିଫ -୨୦ ପାଇଁ ନୀତି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ,କୃଷି ଜିଲ୍ଲା ଅଧିକାରୀ ମୁଣିଗୁଡା ଓ ଗୁଣପୁର,ପ୍ରକଳ୍ପ ନିର୍ଦ୍ଦେଶକ ଜଳବିଭଜିକା ମିଶନ ଶ୍ରୀ ସୁଶାନ୍ତ କୁମାର ମଲ୍ଲିକ, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ, , ଉଦ୍ୟାନ କୃଷି ଉପନିର୍ଦେଶକ, ସହ କାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମଧ୍ୟମ ଜଳସେଚନ ବିଭଜନ, ଜିଲ୍ଲା ପ୍ରବନ୍ଧକ କୃଷି ଶିଳ୍ପ ନିଗମ,ରାୟଗଡା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଜନ୍ତ୍ରୀ, କୃଷି ବୈଜ୍ଞାନିକ ରାଷ୍ଟ୍ରୀୟ କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର,ଲିଡ଼ ବ୍ୟାଙ୍କ ମୂଖ୍ୟ ପ୍ରବନ୍ଧକ,ରାୟଗଡ଼ା, ସମସ୍ତ ବ୍ଲକ କୃଷି ଅଧିକାରୀ, ସହକାରୀ କୃଷି ଜନ୍ତ୍ରୀ ପ୍ରମୂଖ ଯୋଗଦନ କରଇଥିଲେ ।
ଏହି ବୈଠକରେ ଗତ ରବି ୧୯/୨୦ର ନୀତି ନିର୍ଦ୍ଧାରଣ ବିବରଣୀ ପାଠ କଳ।ପରେ ଖରିଫ ପାଇଁ ଫସଲ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଥିଲା ।ଜଳସେଚନ, ବିହନ, ସାର,ରୋଗପୋକ ନିୟନ୍ତ୍ରଣ କୌଶଳ ,କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଯଥା-ପରମ୍ପରା ଗତ ହେଉଥିବା କୃଷିଯୋଜନ।,ମିଲେଟ ମିଶନ,ଜାତୀୟ ଖାଦ୍ୟ ସୁରକ୍ଷା ମିଶନ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା,,ଜଳନିଧି/ସୌରଜଳନିଧି,ମୃତ୍ତିକା ପରୀକ୍ଷା, ଫାର୍ମପଖରୀ ଇତ୍ୟାଦି ବିଶଦ ଭ।ବରେ ଆଲୋଚନା କରାଯାଇଥିଲା ।ଏହାସହିତ ଆତ୍ମା ରାୟଗଡ଼ା ର ଗଭର୍ନି ବଡି ମିଟିଙ୍ଗ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାକୁ ଫେରୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ କର୍ମସଂ ସ୍ଥାନ ପାଇଁ ମଖ୍ୟତ କୃଷି କ୍ଷେତ୍ରକୁ ଜିଲ୍ଳାପାଳଗୁରୁତ୍ବଆରୋପ କରିଥିଲେ ।ବଡ଼ନଲା ମଧ୍ୟମ ଜଳସେଚନ ପିଜେକ୍ଟ ରେ ରବିଚାଷ ହେତୁ ଜଳସେଚନରେ ବିଳମ୍ବ ହେଉଥିବାରୁ ଜନସାଧାରଣଙ୍କୁ ସଚେତନ କରିବାକୁ ଜିଲ୍ଳାପାଳ କହିଥଲେ ।ସେହିପରି ମୃତ୍ତିକା ପରୀକ୍ଷା ଲକ୍ଷ୍ୟ ଧାର୍ଯ୍ୟ ଅନୁଯାୟୀ ଶେଷ କରିବାକୁ ପ୍ରଧାନ୍ୟ ଦେଲେ ଜିଲ୍ଳାପାଳ ଏବଂସ୍ଵୟଂସହାୟକ ଗୋଷ୍ଠୀ ମାନଙ୍କୁ ବିହନ ଉତ୍ପ।ଦନ ସାମିଲ କରିବାକୁ ଜିଲ୍ଳାପାଳ ମହୋଦୟ ପରାମର୍ଶ ଦେଇଥିଲେ ।