12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୂଳ ଖାଉଛି ନାଗାବଳୀ ନଦୀ ବିଲିନ ହୋଇଯିବ ଅନେକ ଗାଁ

ରାୟଗଡା(ସଖପ୍ର): ଯଦି ବେଳ ଥାଉ ଥାଉ ବ୍ୟବସ୍ଥା ଗ୍ରହଣ କରା ନ ଯାଏ ତାହେଲେ ଧରା ପୃଷ୍ଠରୁ ନିଶ୍ଚିହ୍ନ ହୋଇଯିବ ଅନେକ ଗାଁ ମାତ୍ର ନକ୍ସା ବଞ୍ଚିବ । ନଦୀର ଗତି ପଥ ବଦଳିବା ଯୋଗୁଁ ଚାଷ ଜମି ବାଲି ଚର ପାଲଟିଥିବା ବେଳେ ଅନେକ ଗ୍ରାମ ବୁଡିବାର ସମ୍ଭାବନା ଆଶଙ୍କା ବ୍ୟକ୍ତ କରିଛନ୍ତି ଅନେକ ଗ୍ରାମବାସୀ। ଏହିଭଳି ପ୍ରକୃତିର ତାଣ୍ଡବରେ କିଛି ବର୍ଷତଳେ ନାଗାବଳୀ ନଦୀରେ ଭୀଷଣ ବଢି ଆସିବାରୁ କୁମ୍ଭାରଗୁଡା ଗ୍ରାମ ଧାରା ପୃଷ୍ଠରୁ ନିଶ୍ଚିହ୍ନ ହେଇଯାଇଛି। ଏହିଭଳି ସମସ୍ୟା ଲାଗିରହିଛି ରାୟଗଡା ଜିଲା ଓ କଳାହାଣ୍ଡି ଜିଲ୍ଲାର ନଦୀକୂଳିଆ ଗ୍ରାମର ଲୋକମାନଙ୍କୁ। କଳାହାଣ୍ଡିର ଅନେକ ଗ୍ରାମ ଓ ଆଡା ବାଡ଼ି, କଲ୍ୟାଣସିଂପୁର, ଭାତପରସି, ପୁଝାରିଗୁଡା,କତାଗୁଡା, ଜିଲୁଣ୍ଡା, କୁରାଡ଼ି, ଧାମଣୀମା, ଭେଜା, ଅଡୁଗୁଡା, ଚାନ୍ଦିଲି, ମାଙ୍କଡ଼ ଝୋଲା, କୁନେରୁ ଭଳି ଅନେକ ଗ୍ରାମ ଦିନେ ଆଉ ଦେଖାଯିବନି। ଯଦି ବେଳ ଥାଉଣୁ ଏହାର ପ୍ରତିକାର କରା ନଯାଏ ବୋଲି ଅର୍ଜୁ କଡାକା, ରାମ ମିନିୟକା, ବଣ୍ଡୁକୁ ତୀୟକା, ବାଲି ମେଲେକା, ଗଙ୍ଗାଧର କଡ୍ରକା ପ୍ରମୁଖ ଆଶଙ୍କା ବ୍ୟକ୍ତ କରିଛନ୍ତି।ସେହିଭଳି ଚନ୍ଦ୍ର ଚମିଆ, ଲକୀ କଞ୍ଜକା କହିଛନ୍ତି କି ଆଗରୁ ନଦୀ ତଟରେ ରହିଥିବା ଜମି ଗୁଡିକ ଶହ ଶହ ଏକର ଜମି ବାଲି ଚର ହୋଇ ଯାଇଛି। ତେଣୁ ଅନେକ ଜମି ହରାହୋଇ ମୁଣ୍ଡରେ ହାତ ଦେଇ ବସିଛନ୍ତି।ତେଣୁ ଗଣ ମାଧ୍ୟମ ଜରିଆରେ ଅଭିଯୋଗ କରିଛନ୍ତି କି ନଦୀ କୁଳିଆ ଗ୍ରାମ ମାନଙ୍କ ସୁରକ୍ଷା ପାଇଁ ନଦୀ ବନ୍ଧ ଯୋଜନା କରି କୂଳକୁ ପଥର ବନ୍ଧ କରାଗଲେ ଗ୍ରାମବାସୀ ଶାନ୍ତିରେ ଚଳି ପାରନ୍ତେ ବୋଲି ନେହୁରା ହେଇଛନ୍ତି।

ରାୟଗଡାରୁ ଅମୂଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *