06/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୁରୁଳି ନଦୀବନ୍ଧ ରାସ୍ତା ଅତି ଶୋଚନୀୟ ଭାରିଯାନରେ ଚାଲୁଛି ବାଲି ଚାଲାଣ


ସାଲେପୁର: ସାଲେପୁର ବ୍ଲକ୍ ଅନ୍ତର୍ଗତ କରୁଳି ଗ୍ରାମ ନିକଟସ୍ଥ ମହାନଦୀ ରୁ ନିୟମିତ ଭାବରେ ଭାରିଯାନରେ ତଥା ହାଈବା,ଟ୍ରକ୍, ଟ୍ରାକ୍ଟର ଆଦିରେ ଶହଶହ ଟ୍ରିପ୍ ବାଲି ସାଲେପୁର ସହର ସମେତ ବିଭିନ୍ନ ସ୍ଥାନକୁ ବାଲି ଚାଲାଣ ହେଉଥିବାରୁ କୁରୁଳିରୁ ଭୁର୍କୁଣ୍ଡି ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତା ଅତି ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ ହୋଇଛି । ଏହି ରାସ୍ତା ଦେଇ ଦୁଈ ଚକିଆ ଯାନରେ ମଧ୍ୟ ଯାତାୟାତ କରିବା କଷ୍ଟକର ହୋଇପଡ଼ିଥିବା ଦେଖା ଦେଇଛି । ବିଶେଷ ଭାବରେ କୁରୁଳି ବାଲିଗଡାରୁ ଭୁର୍କୁଣ୍ଡି ଏବଂ ଚିତ୍ରୋତ୍ପଳା ନଦି ପୋଲ ପର୍ଯ୍ୟନ୍ତ ରାସ୍ତା ନଷ୍ଟ ହୋଇଯାଇଛି । ଏ ନେଇ ଗ୍ରାମବାସୀମାନେ କିଶନ୍ ନଗର ତହସିଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ବି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହୋଇଛି । ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
କଟକ ଜିଲ୍ଲା ସାଲେପୁରରୁ ଏନ୍ ପୁରୁଷୋତ୍ତମ ରେଡିଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *