କୁମ୍ଭୀର ମାଂସ ଖାଇବା ଅଭିଯୋଗରେ ବନବିଭାଗ ଦ୍ବାରା ଜଣେ ଗିରଫ

ମାଲକାନଗିରି (ସ.ଖ. ପ୍ର):ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କଲାଦାପାଲି ଗ୍ରାମରେ ଲୋକେ ଗୋଟିଏ କୁମ୍ଭୀରକୁ ତେନ୍ତୁଳି ଗଛରେ ବାନ୍ଧି ତାର ଗୋଡ଼ଗୁଡିକୁ କାଟି ମାଂସ ଖାଇଥିଲେ |ଏହି ଘଟଣା ସେତେବେଳେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ସାଉଁଟି ଥିଲା |ତାହାର ତଦନ୍ତ କରିବା ପାଇଁ ଡ଼ି ଏଫ ଓ ପ୍ରଦୀପ ମୀରାସେ ପଡିଆ ରେଞ୍ଜର ରାମ ଚନ୍ଦ୍ର ମାଡକାମୀ, ଉପଖଣ୍ଡିୟ ଅଧିକାରୀ ପି. ବେହେରା ଓ ମାଲକାନଗିରି ରେଞ୍ଜର ବାସୁଦେବ ନାୟକଙ୍କୁ ନିର୍ଦେଶ ଦେଇଥିଲେ |ସେମାନେ ସେଠାରେ ଯେଉଁ ଲୋକଙ୍କୁ ପଚାରିଲେ ମଧ୍ୟ ସେମାନେ କିଛି ଜାଣି ନଥିବା କହିଥିଲେ |ସୋସିଆଲ ମେଡ଼ିଆର ଫୋଟୋ ଓ ଅନ୍ୟ ମାଧ୍ୟମରୁv ଜଣକୁ ଗିରଫ କରିବାକୁ ସକ୍ଷମ ହୋଇଥିଲେ |ସେହି ଅଭିଯୁକ୍ତ ହେଲେ ଏମ ପି ଭି -୬୧ ଗ୍ରାମର ସଂଜୀବ ସର୍ଦାର |ତା ଠାରୁ ଅନ୍ୟ ଅଭିଯୁକ୍ତମାନଙ୍କ ବିଷୟରେ ଖବର ମିଳିବ ବୋଲି ଆଶା ରଖିଛି ବନ ବିଭାଗ |