କୁମୁଟଲପେଣ୍ଟା ପଂଚାୟତରେ ୭୫ତମସ୍ୱାଧିନତା ଦିବସ ପାଳିତ
ରାୟଗଡା (ସଖପ୍ର): ରାୟଗଡା ବ୍ଲକ ଅନ୍ତର୍ଗତ ରାୟଗଡ ବ୍ଲକର କୁମୁଟଲପେଣ୍ଟା ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ପରିସରରେ କୋଭିଡ଼ ନିୟମ ଅନୁଯାୟୀ 75 ତମ ସ୍ଵାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସରପଞ୍ଚ ଶ୍ରୀମତୀ ନିଳିମା କୁଲେଶିକା ଜାତୀୟପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ ଶିକ୍ଷକ, ପଂଚାୟତର ସମସ୍ତ କର୍ମଚାରୀ ଯୋଗଦେଇଥିଲେ। 75 ବର୍ଷ ପୂର୍ବେ ଭାରତ ଦେଶବାସୀ ବ୍ରିଟିଶ ମାନଙ୍କ ସହିତ ଲଢ଼େଇ କରି ବିଜୟ ହୋଇଥିଲେ କିନ୍ତୁ ବର୍ତ୍ତମାନ ଦେଶ ଏକ ଭିନ୍ନ ଲଢ଼େଇ କରିଛି। ସମଗ୍ର ଦେଶ ଆଜି କରୋନା ସହଲଢ଼େଇ କରୁଛି ଏହି କରନାର ମୁକାବିଲା ପାଇଁ ପ୍ରତ୍ୟେକ ଦେଶବାସୀ ଭିନ୍ନ ଏକ ସୈନିକ ସାଜିଛନ୍ତି। ଚାଲନ୍ତୁ ସମସ୍ତେ ମାସ୍କ ପିନ୍ଧିବା ସାମାଜିକ ଦୂରତା ବଜାୟ ରଖିବା। ଆମ ପରିବେଶ ସଫା ରଖି କରୋନାକୁ ଭାଗେଇ ଏହି ଯୁଦ୍ଧରେ ବିଜୟ ହେବାକୁ ଏହି ପବିତ୍ର ସ୍ୱାଧୀନତା ଦିବସରେ ଶପଥ ନେବା ପାଇଁ ନିବେଦନ କରିଥିଲେ ସରପଞ୍ଚ। ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ପଂଚାୟତ ନିର୍ବାହୀ ଅଧିକାରୀ ମଦନ ମୋହନ ନାୟକ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ