03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କାହାଣୀରେ ଜୟପୁର ଆକାଶବାଣୀ ଆଲୋଚନାଚକ୍ର ଅନୁଷ୍ଠିତ

କୋରାପୁଟଜିଲ୍ଲା: ଜୟପୁର ପାରାବେଡାସ୍ଥିତ ଋତୁରାଜ କଲ୍ୟାଣମଣ୍ଡପ ଠାରେ କୋରାପୁଟ ସାମ୍ବାଦିକସଂଘ ତରଫରୁ ସ୍ଥାନୀୟ କଳାକାର ମାନଙ୍କ ସହାୟତାରେ କାହାଣୀରେ ଜୟପୁର ଆକାଶବାଣୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ଜୟପୁର ଆକାଶବାଣୀର ପୂର୍ବରୁ କଣ ଅବସ୍ଥାଥିଲା ବର୍ତ୍ତମାନ ଅବସ୍ଥା କଣଅଛି ସେହି ବିଷୟରେ ଆଲୋକପାତ କରାଯାଇଥିଲା। ଦେଶୀଆ ଭାଷା କାର୍ଯ୍ୟକ୍ରମ, ଚଇତିଜହ୍ନ ଜୟପୁର ଆକାଶବାଣୀର ମୁଖ୍ୟ ଆକର୍ଷଣ ଥିଲା। ଜୟପୁରରେ ଯେଉଁ ଉଦ୍ଦେଶ୍ୟରେ ଆକାଶବାଣୀ ସ୍ଥାପିତ ହୋଇଥିଲା ତାହା ବର୍ତ୍ତମାନ ଦିଗହରା ହୋଇଥିବା ଦେଖିବାକୁ ମିଳିଛି। ସରକାରୀସ୍ତରରେ ଉଦାସିନତା ଏହାର ମୂଖ୍ୟ କାରଣ ବୋଲି ସମସ୍ତ କଳାକାର ମତବ୍ୟକ୍ତ କରିଥିଲେ। ଆକାଶବାଣୀର ଅବସରପ୍ରାପ୍ତ କର୍ମୀ ଲକ୍ଷ୍ମୀଧର ସାହୁ, ଧିରେନ ମୋହନ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ହୋତା, ମୁରଲୀ ପଟ୍ଟନାୟକ,ଶୁସାନ୍ତ ଅଧିକାରୀ,ଚନ୍ଦ୍ରମଣୀ ଗଉଡ,ଗୋପାଳ ସାମନ୍ତରାୟ ପ୍ରଭୃତି କଳାକାରମାନେ ଉପସ୍ଥିତ ଥିଲେ। ଗତଦିନରେ ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା, ରେଳମାନଚିତ୍ରରେ ଜୟପୁର ଆଲୋଚନା ଚକ୍ର ଓ ଆଜି କାହାଣୀରେ ଜୟପୁର ଆକାଶବାଣୀ ଆଲୋଚନା ଚକ୍ରର କାର୍ଯ୍ୟକ୍ରମ କରି ସାମ୍ବାଦିକମାନେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଏହି କାର୍ଯ୍ୟକ୍ରମରେ ଟି ଗୌରିଶଙ୍କର,ରାଜେନ୍ଦ୍ର ଗୌଡ,ସୌମ୍ୟରଞ୍ଜନ ସାହୁ,ପ୍ରଶାନ୍ତ ପଟ୍ଟନାୟକ,ସୁମନ୍ତ ସାହୁ,କିରଣ ରଞ୍ଜନୀ ଦାଶ, ମନୋଜ ଦାସ, ସୁପ୍ରୀତ ପୂଜାରୀ,ଚନ୍ଦ୍ର ଶେଖର ତ୍ରୀପାଠି, ମୋହନ ମାଝୀ ପ୍ରଭୃତି ସାମ୍ବାଦିକମାନେ ଉପସ୍ଥିତ ଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *