November 18, 2025

Sabubarga Khabar

All category news

କାଶୀପୁର ବ୍ଲକ ଥୁଟିବରି ଆଶ୍ରମ ସ୍କୁଲର ବାର୍ଷିକ ଉତ୍ସବ ପାଳିତ

ରାୟଗଡା ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକର ଦୁଡୁକାବାହାଲ ପଂଚାୟତର ଥୁଟିବରି ଆଶ୍ରମ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର କଂସବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦାଶରଥୀ ଝାଡିଆ ମଙ୍ଗଳ ଅଧିକାରୀ, ପି କେ ସେନାପତି ଡ଼ି ଆଇ ଶ୍ୟାମଘନ ଭୂୟାଁ ବିଦ୍ୟାଧର ଦୁରିଆ ଯୋଗ ଦେଇଥିଲେ।
ସ୍କୁଲର ପ୍ରଧାନ ଶିକ୍ଷକ ସଞ୍ଜୟ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ତାହା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ ।ଏହି ସ୍କୁଲଟି ଜ଼ିଲ୍ଲା ଓ ରାଜ୍ୟ ସ୍ତରୀୟ ପୁରସ୍କାର ପାଇଥିବା କହିଥିଲେ। ପୂର୍ବରୁ ଅନୁଷ୍ଠିତ ବାର୍ଷିକ କ୍ରୀଡା ପ୍ରତିଯୋଗିତାର ସଫଳ ଖେଳାଳିଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ପରି ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.