November 18, 2025

Sabubarga Khabar

All category news

କାଶୀପୁର ବ୍ଲକରେ ଆମ୍ବ ଚାଷୀ ଏବେ ବିକ୍ରିକୁ ନେଇ ଚିନ୍ତାରେ


ରାୟଗଡା/26.06(ସଖପ୍ର):-ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଏବେ ଆମ୍ବ କେମିତି ବିକ୍ରି ହେବ ତାହାକୁ ନେଇ ଚାଷୀ ଚିନ୍ତାରେ ପଡିଯାଇଛନ୍ତି । ଗୋଟିଏ ପଟେ କରୋନା ସଂକ୍ରମଣ ସାରାଦେଶକୁ ଦୋହଲାଇ ଦେଇଥିବା ବେଳେ ସାଧାରଣ ଲୋକ ଜୀବନ ଜୀବିକା ହରାଇ ହାତବାନ୍ଧି ବସିଛନ୍ତି । ଦୀର୍ଘ ବର୍ଷଧରି ଲକଡାଉନ ସଟଡାଉନ ସାରାଦେଶରେ ଲାଗିରହିଥିବାରୁ କାଶୀପୁର ବ୍ଲକର ଆମ୍ବ ଚାଷୀ ଘୋର ଶଙ୍କଟ ମଧ୍ୟରେ ଗତିକରୁଛନ୍ତି । ଏହି ପରିପ୍ରେକ୍ଷିରେ କାଶୀପୁର ବ୍ଲକରେ ଆମ୍ବ ଭଲ ହୋଇଥବାରୁ ଚାଷୀ ବର୍ଷ ଆରମ୍ଭରୁ ଖୁସିରେ ଥିଲେ । ଏ ବର୍ଷ ଭଲ ଦୁଇ ପଇସା ରୋଜଗାର ହେବବୋଲି ଆଶାବାନ୍ଧି ବସିଥିଲେ କିନ୍ତୁ ଏବେ ଆମ୍ବ ଚାଷୀଙ୍କ ମନରେ ଆଶା ମଉଳି ଯାଇଥିବା ଦେଖିବାକୁ ମିଳିଛି । ରାଜ୍ୟରେ ଲକଡ଼ାଉନ ସଟଡାଉନ ହେବାଯୋଗୁଁ ବାହାରୁ କୌଣସି ବେପାରୀ ଆସୁନଥିବାରୁ ଆମ୍ବ ବେପାର ହୋଇ ପାରୁନ ଥିବା ଚାଷୀ କହିଛନ୍ତି । ଏବେ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଚାଷୀ ଆହୁରି ଅଧିକ ଚିନ୍ତାରେ ପଡିଯାଇଛନ୍ତି । କାଶୀପୁର ବ୍ଲକରେ ଗୋଟିଏ ଶୀତଳ ଭଣ୍ଡାର ହୋଇଥିଲେ ସବୁଦିନ ପାଇଁ ଚାଷୀ ଉପକୃତ ହୋଇପାରିବେ ବୋଲି ଚାଷୀ ସରକାରଙ୍କୁ ନିବେଦନ କରିଛନ୍ତି।ଅନ୍ୟ ପକ୍ଷରେ ରାୟଗଡା ଓରମାସ ପକ୍ଷରୁ ଏହି ମାସ 2ତାରିଖରୁ 10ତାରିଖ ପର୍ଯ୍ୟନ୍ତ ଧର୍ମକୁ ଆଖିଠାର ପରି ଆମ୍ବ ବିକ୍ରି ପାଇଁମେଳାର ଆୟୋଜନ କରାଯାଇଥିଲା କିନ୍ତୁ ଏହି ମେଳାରେ କିଛିଟା ଆଖିଦୃଷ୍ଟିଆ ବ୍ୟକ୍ତିଙ୍କୁ ଆମ୍ବ ବିକ୍ରି ପାଇଁ ଅନୁମତି ଦିଆଯାଇଥିବାର ଜଣାପଡିଛି। ଓରମାସ ଅଧିକାରୀ ଜ଼ିଲ୍ଲାପାଳଙ୍କୁ ଭୁଲ ସୂଚନା ଦେଇ ଥିବାରୁ ଆମ୍ବ ବିକ୍ରିର ବ୍ୟବସ୍ଥା ହୋଇ ପାରୁ ନଥିବା ଚାଷୀ ଅଭିଯୋଗ କରିଛନ୍ତି।

ରାୟଗଡାରୁ ଅମୂଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.