02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କାଶୀପୁର ଆଦିବାସୀ ଅଂଚଳରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲିଙ୍କ କରୋନା ସଚେତନତା କାର୍ଯ୍ୟକ୍ରମ

ରାୟଗଡା ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) କରୋନା ମହାମାରିରୁ ରକ୍ଷା ପାଇବା ନିମନ୍ତେ ସାରା ଭାରତ ବର୍ଷରେ ତାଲା ବନ୍ଦ ଚାଲିଥିବା ବେଳେ କାଶୀପୁର ବାସୀ କିପରି ନିଜକୁ କରୋନା ଠାରୁ ଦୁରେଇ ରଖିବେ ସେଥିପାଇଁ କରୋନା ସଚେତନ କାର୍ଯ୍ୟକ୍ରମରେ ଆଜି ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି କାଶୀପୁର ବ୍ଲକ ଅନ୍ତର୍ଗତ ମାଣ୍ଡିବିଶି, ଗଡିବାଲି ଏବଂ ସିରିପାଇ ଏହି ତିନିଗୋଟି ଗ୍ରାମ ପଞ୍ଚାୟତମାନଙ୍କର ବିଭିନ୍ନ ଗ୍ରାମର ଲୋକମାନଙ୍କୁ ମାସ୍କ ବାଣ୍ଟିଥିଲେ ଏବଂ ସେମାନଙ୍କ ଜୀବିକା ଜୀବନ ଏବଂ ସରକାରଙ୍କ ଦ୍ୱାରା ଯୋଗାଇ ଦିଆ ଯାଉଥିବା ଖାଦ୍ୟ ସାମଗ୍ରୀ ପାଉଛନ୍ତି କି ନାହିଁ ଲୋକମାନଙ୍କୁ ଠାରୁ ବୁଝିଥିଲେ। ଏହି ଅଞ୍ଚଳବାସୀ କରୋନା ଉପରେ ବେସ ସଚେତନ ଏବଂ ସତର୍କ ଅଛନ୍ତି । ଏହି ଅଞ୍ଚଳର ମାଟ୍ରୁ ଗ୍ରାମ ତିନି ବର୍ଷ ତଳେ ସମ୍ପୂର୍ଣ୍ଣ ଭାବରେ ପୋଡ଼ି ଯାଇଥିଲା | ସରକାରୀ ଏବଂ ପ୍ରଶାସନ ଦ୍ୱାରା ଦିଆ ଯାଇଥିଲା ବିଭିନ୍ନ ସହାୟତାର ପ୍ରତିଶ୍ରୁତି ହେଲେ ଆଜିବି କ୍ଷୟକ୍ଷତିର ସହାୟତା ପାଇ ପାରିନାହାନ୍ତି ମାଟ୍ରୁ ଗ୍ରାମର କ୍ଷୟକ୍ଷତି ହୋଇଥିବା ପରିବାର। ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ,ୱାର୍ଡ ସଭ୍ୟ, ଅଞ୍ଚଳବାସୀ, ଶ୍ରୀ-କେ.ସି.ମହାପାତ୍ର,ଶ୍ରୀ-ଡମ୍ବରୁଧର ମାଝୀ,ଶ୍ରୀ-ସୁନିଲ ପାଲ,ଶ୍ରୀ-ଯୁଧିଷ୍ଠିର ନାଏକ, ଶ୍ରୀ-ସାରଦା ନାଏକ | ଏହି ଗସ୍ତ ସମୟରେ ବିଧାୟକ ସରକାରୀ ଆୟୁର୍ବେଦିକ ଚିକିତ୍ସା କେନ୍ଦ୍ର ଏବଂ ଅଙ୍ଗନବାଡି କେନ୍ଦ୍ରମାନଙ୍କରେ ବୁଲି ତଦାରଖ କରିଥିଲେ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *