କାଳ ବୈଶାଖିରେ ଉଡିଗଲା ପ୍ରାୟ ୩୦ଟି ଘର ଛପର

ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସଂଧ୍ଯା ୫ ଟା ୩୦ ସମୟରେ ପ୍ରବଳ ବେଗରେ ଝଡ ବର୍ଷା ହୋଇଛି |ପଡିଆ ଗ୍ରାମର ୩୦ ରୁ ଅଧିକ ଘରଗୁଡିକର ଛପର ଉଡିଯାଇଛି |ବଡ ବଡ ବୃକ୍ଷ ଉପୁଡି ପଡି ପଥ ଅବରୋଧ ହୋଇଯାଇଛି | ଦୁଇ ଘଣ୍ଟା ପର୍ଯ୍ଯନ୍ତ ପ୍ରବଳ ବର୍ଷା ହେବା ଯୋଗୁଁ
ଘରର ଚାଉଳ ପତ୍ର,ଲୁଗା ପଟା ସବୁ ଭିଜି ଯାଇଛି |ପ୍ରାୟ ୩୦ ଘରର ଟିଣ,ଆଜବେଷ୍ଟ,ଟାଇଲ ଏବଂ ଚାଳ ଛପର ଉଡି ଯାଇଛି|ଫଳରେ କ୍ଷତିଗ୍ରସ୍ଥ ଲୋକମାନଙ୍କ ରାତ୍ରଯାପନ କରିବା ଲାଗି ସୁରକ୍ଷତି ଆଶ୍ରୟ ସ୍ଥଳ ନାହିଁ |କାଳବୈଶାଖିରେ ଲୋକମାନେ ବେଘର ହୋଇ ପଡିଛନ୍ତି | କାଳ ବୈଶାଖିରେ ପ୍ରଭାବିତ ଲୋକମାନଙ୍କ ରାତ୍ର ଭୋଜନ ଲାଗି କୌଣସି ବ୍ଯବସ୍ଥା ହୋଇ ନଥିବା ଜଣା ପଡିଛି |ଝଡ ବର୍ଷାର ତାଣ୍ଡବ ଲୀଳା ଯୋଗୁଁ ବିଦ୍ଯୁତ ସର୍ବରାହ ସଂପୂର୍ଣ୍ଣ ଠପ ହୋଇ ପଡିଛି |ଏଥି ପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି|ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ତାଙ୍କ ପାଖରେ ପହଞ୍ଚୁଛି |