03/27/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କାଲିମେଳା ବ୍ଲକ ଅନ୍ତର୍ଗତ ଭେଜାଙ୍ଗିୱାଡା ପଂଚାୟତ ଅଫିସରେ ଝୁଲାଇଲେ ତାଲା

ମାଲକାନଗିରି(ସଖପ୍ର): ମାଲକାନଗିରି କାଲିମେଳା ବ୍ଲକ ଅନ୍ତର୍ଗତ ଭେଜାଙ୍ଗିୱାଡା ପଂଚାୟତ ଅଫିସରେ ତାଲା ପକାଇଲେ ଓ୍ବାର୍ଡମେମ୍ବରମାନେ । ମିଳିଥିବା ସୂଚନା ଅନୁଯାୟୀ ନୂତନ ପଂଚାୟତ ଅଫିସ ନିର୍ମାଣକୁ ବିରୋଧ କରି ପ୍ରାୟ ୧୪ ଖଣ୍ଡ ଗାଁରୁ ୨୦୦ରୁ ଅଧିକ ଲୋକ ବିରୋଧ କରିବା ସହ ପଂଚାୟତ ଅଫିସରେ ତଲା ପକାଇଛନ୍ତି । ସରପଂଚ ଯମୁନା ମାଡିଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଗତ ଦୁଇମାସ ଧରି ଭେଜାଙ୍ଗିୱାଡା ପଂଚାୟତ ୱାର୍ଡ ମେମ୍ବରମାନେ ଅନାସ୍ଥା ପ୍ରସ୍ତାବ ଦାବି କରିଆସୁଛନ୍ତି । ଏଥିପାଇଁ ସମସ୍ତେ ଲିଖିତ ଆକାରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଥିଲେ । ହେଲେ ଆଜି ଯାଏ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଫଳରେ ୱାର୍ଡ ମମ୍ବରମାନେ ପଂଚାୟତ ଅଫିସରେ ତାଲା ପକାଇଛନ୍ତି । ସରପଂଚ ଯମୁନା ମାଡିଙ୍କ ବହିଷ୍କାର ଓ ଅନ୍ୟତ୍ର ନୂତନ ପଂଚାୟତ ଅଫିସ ନିର୍ମାଣ ନ ହେବା ପର୍ଯ୍ୟନ୍ତ ପଂଚାୟତ ଅଫିସରେ ତାଲା ଝୁଲିବ ବୋଲି ରୋକଠୋକ ଜଣାଇଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ମାମଲାକୁ ନେଇ ସରପଂଚ ବା ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିବାରୁ ଯୋଗାଯୋଗ ସମ୍ଭବ ହୋଇନି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *