କାଲିମେଳା ବ୍ଲକ୍ ଭେଜାଙ୍ଗିଓ୍ବାଡା ପଞ୍ଚାୟତରେ ଯୁବକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ

ମାଲକାନଗିରି (ସ.ଖ.ପ୍ର ):ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଭେଜାଙ୍ଗିୱାଡା ପଂଚାୟତର ଏମ ଭି -୧୨୪ ଗାଁ ର ସୁବାଷ ମିର୍ଦ୍ଧାଙ୍କ ପୁଅ ପ୍ରସଂଜିତ ନିଜ ଜମିକୁ ଯାଇ ବୈଦ୍ୟୁତିକ ମୋଟର ମାଧ୍ୟମରେ ପାଣି ଦେଉଥିବା ସମୟରେ ବିଦ୍ୟୁତ ଆଘାତରେ ମୁର୍ଚ୍ଛା ହୋଇ ସେଠାରେ ପଡିଯାଇଥିଲେ |ତାଙ୍କର ସମ୍ପର୍କୀୟ ପ୍ରଥମେ ତାଙ୍କୁ କାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, ସେଠାରେ ଡାକ୍ତର ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ନେବା ପାଇଁ ପରାମର୍ଶ ଦେଇଥିଲେ |ସେମାନେ ମଧ୍ୟ ଯଥାଶୀଘ୍ର ତାକୁ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ନେଇଥିଲେ |ଗୋଟିଏ ଦିନ ସେଠାରେ ଚିକିତ୍ସିତ ହେବା ପରେ ସେ ପ୍ରାଣ ତ୍ୟାଗ କରିଥିଲା |ସେଠାରୁ ତାର ମୃତ ଦେହକୁ କାଲିମେଳା ହସ୍ପିଟାଲକୁ ପୋଷ୍ଟମର୍ଟମ ପାଇଁ ରଖାଗଲା |କାଲିମେଳା ଥାନାରେ ୨୫ /୨0ରେ ଏକ ଅପମୃତ୍ୟୁ ମାମଲା ଦାୟର କରାଯାଇଛି ବୋଲି ଥାନାଧିକାରୀ ଶ୍ରୀ ଝଙ୍କାର ଜଣାଇଛନ୍ତି |ଏକ ଗରିବ ପରିବାର ହୋଇଥିବାରୁ ତାଙ୍କୁ ଯଥାଶୀଘ୍ର ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବିକରିଛନ୍ତି |