କାଲିମେଳା ବ୍ଲକ୍ ନୂଆଗୁଡା ଗାଁକୁ ପକ୍କା ରାସ୍ତାନାହିଁ…
ମାଲକାନଗିରି (ସ.ଖ.ପ୍ର ):ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ନୂଆଗୁଡା ଗାଁ ରେ ଲୋକଙ୍କ ପାଇଁ ଏବେ ପର୍ଯ୍ୟନ୍ତ ସ୍ଥାୟୀ ରାସ୍ତାଟିଏ ନାହିଁ |ଏହି ଗାଁରେ ୫0ପରିବାର ବସବାସ କରୁଛନ୍ତି |ପୂର୍ବରୁ ଯେଉଁ ରାସ୍ତା ଥିଲା ୨00୮ରେ ବି ଏସ ଏଫ କେମ୍ପ ହେବାରୁ ତାହା ବନ୍ଦ ହୋଇଗଲା |ପରେ ବି ଏସ ଏଫ କେମ୍ପ ହେଲିପେଡ଼ ପାଖ ଦେଇ ଯିବା ଆସିବା ହେଉଥିଲେ |ଏବେ ସେହି ଜମିରେ ଜମି ମାଲିକ ଚାଷ କରୁଛି |ଏବେ ସେହି ଗାଁ ପାଇଁ ରାସ୍ତା ନାହିଁ |ଲୋକେ ଏ ନେଇ ବି ଏସ ଏଫ କମାଣ୍ଡାଣ୍ଟ ଓ ଆର ଆଇ ଙ୍କୁ ଜଣାଇଥିଲେ |ଗାଁର ରବି ସୁନା, ଡମ୍ବରୁଧର ସୁନା, ନାରାୟଣ ଭତ୍ରା, ଲିପି ସୁନା, ବୈଶାଖୀ ସୁନା ଅଭିଯୋଗ କରିଥିଲେ |ପରେ ଆର ଆଇ ଶ୍ରୀ ଜେନା ନୂଆଗୁଡା ଗାଁ ଲାଛିପେଟା ମୌଜାର ଏକ ହାମଲେଟ ଗାଁ |ଏକ ରିପୋର୍ଟ ତିଆରି କରି ତହସିଲଦାରଙ୍କୁ ଦେଲା ପରେ ତାଙ୍କ ପାଇଁ ରାସ୍ତା କରାଯାଇପାରିବ ବୋଲି ସେ କହିଥିଲେ |ଏବେ ଲୋକେ ଜମି ହିଡ଼ ଦେଇ ଯିବାଆସିବା କରୁଛନ୍ତି |