କାଲିମେଳା ବ୍ଲକର ବେଜାଙ୍ଗ ୱାଡା ପଂଚାୟତର ଅବହେଳିତ ଗାଁ ରାମାଗୁଡା
ମାଲକାନଗିରି : ମାଲକାନଗିରି ଜିଲ୍ଲାର କେତେକ ଅଂଚଳ ଏବେ ବି ଅବହେଳିତ ହୋଇ ରହିଛି |ସେହିପରି ଗୋଟିଏ ଗାଁ ହେଉଛି କାଲିମେଳା ବ୍ଲକ ର ବେଜାଙ୍ଗ ୱାଡା ପଂଚାୟତର ରାମାଗୁଡା |
ଏଠାରେ ରାସ୍ତା, ଶିକ୍ଷା, ଅନ୍ୟାନ୍ୟ ସରକାରୀ ସୁବିଧା ପହଂଚି ପାରୁନାହିଁ ବୋଲି ଦେବେ ପୋଡ଼ିଆମୀ, ମିଶ୍ର ମାଡକାମୀ, ଗଙ୍ଗା ପୋଡ଼ିଆମୀ, ବୁଦ୍ରା ସୋଢ଼ୀ ଓ ରୀନା ସୋ ଢ଼ୀ ସବୁ ଅଭିଯୋଗ କରିଛନ୍ତି |ପଂଚାୟତ ସଦରଠୁ ୫ କିଲୋମିଟର ଦୂରରେ ରହି ମଧ୍ୟ ଗାଁରେ ପାନୀୟ ଜଳ, ରାସ୍ତା, ଶିକ୍ଷା କିଛି ବି ସୁବିଧା ପହଂଚି ପାରିନାହିଁ |ଏ ନେଇ ଗ୍ରାମବାସୀ ବ୍ଲକ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କିଛି ସୁଫଳ ମିଳିନାହିଁ ବୋଲି ଗ୍ରାମବାସୀ କହିଥିଲେ |ପଂଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ରବି ପୁହାଣ କହିଥିଲେ ଯେ ଏ ସବୁ ଅଧପନ୍ତରିଆ କାମ ଗୁଡିକ ଆଗରୁ ଥିବା ନିର୍ବାହୀ ଅଧିକାରୀ ଅମଳର, ଏବେ ପର୍ଯ୍ୟନ୍ତ ସେ ମୋତେ ଚାର୍ଜ ଦେଇ ନାହାନ୍ତି |ଚାର୍ଜ ପାଇଲା ପରେ ସବୁ କାମର କଣ ଅଗ୍ରଗତି ହୋଇଛି ଦେଖିବି ଓ ନିଶ୍ଚିତ କରିବି ବୋଲି ସେ କହିଥିଲେ |ଦେଖିବାକୁ ବାକିରହିଲା କେବେ ରାମା ଗୁଡାର ଅବସ୍ଥା ସୁଧୁରିବ |
ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ