କାଲିମେଳା କୋଭିଡ ପରିଚାଳନା ପାଇଁ ବୁଦ୍ଧିଜୀବୀଙ୍କ ସହ ତହସିଲଦାରଙ୍କ ଆଲୋଚନା…
ମାଲକାନଗିରି (ସ.ଖ.ପ୍ର): ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ମାଲକାନଗିରି ଜିଲ୍ଲାରେ ମଧ୍ୟ ଦିନକୁ ଦିନ କରେନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧିପାଉଥିବା ବେଳେ ଜିଲ୍ଲାର କାଲିମେଳା ବ୍ଲକରେ ମଧ୍ୟ ସଂକ୍ରମିତ ସଂଖ୍ୟା ସେହି ଅନୁପାତରେ ବଢିବାରେ ଲାଗିଛି ଜିଲ୍ଲାରେ ଶୁକ୍ରବାର ଗୋଟିଏ ଦିନରେ ୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କାଲିମେଳା ବ୍ଳକର ଏମଭି – ୯୦ ଗ୍ରାମଠାରେ ଥିବା ଏକ ଟିଏମସି କେନ୍ଦ୍ରରୁ ଜଣେ ଦିଲ୍ଲୀ ଫେରନ୍ତାଙ୍କ ଏହି ପଜିଟିଭ ବାହାରିଥିବା ଜଣାପଡିଛି ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କାଲିମେଳା ବ୍ଳକରେ କିଛି ମାତ୍ରାରେ ଲକ୍ ଡାଉନ ରହିଥିବା ବେଳେ ଏହାକୁ କିଛି ଅମାନିଆ ବ୍ୟକ୍ତି ଏବଂ ବ୍ୟବସାୟ ଅନୁଷ୍ଠାନ ଗୁଡିକ କରୋନା କଟକଣାକୁ ମାନୁନାହାନ୍ତି ଖୋଲମଖୋଲା ଭାବେ ନିଜର ବ୍ୟବସାୟ ସାମଗ୍ରୀ ବିକ୍ରି କରିବା ସହ ଲୋକମାନେ ବାହାରେ ମନ ଇଛା ଯାତାୟତ କରିବା ସହିତ ସାମାଜିକ ଦୁରତା କିମ୍ବା ମାସ୍କ ବ୍ୟବହାରକୁ ପୁରାପୁରି ଭୁଲିଗଲେଣି ଏହାକୁ ଦୃଷ୍ଟିରେ ରଖି କଡାକଡି କୋଭିତ ନିୟମ ପରିଚାଳନା ପାଇଁ କାଲିମେଳା ବ୍ଲକ ପ୍ରଶାସନ ପକ୍ଷରୁ ଅଣ୍ଟା ଭିଡିଛି ଏନେଇ ଶୁକ୍ରବାର ଏହି ଅଚଳର କିଛି ବୁଦ୍ଧିଜୀବି ବ୍ୟବସାୟ ଅନୁଷ୍ଠାନ ଲୋକପ୍ରତିନିଧି ଏବଂ ସମାଜସେବୀ ମାନଙ୍କୁ ନେଇ କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ ଆଲୋଚନା କରିଛନ୍ତି।ଏଥି ସହ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି କୁ ଦେଖି ତହସିଲଦାର ‘ମୋ ସାହି ମୋ ଦାୟିତ୍ଵ ‘ଅଭିଯାନ ନାରା ଆରମ୍ଭ କରିଛନ୍ତି । ନିଜ ଅଞ୍ଚଳର ସୁରକ୍ଷା ନିଜେ କରିବାର ଦାୟିତ୍ୱ ଓ ମୁଲ୍ୟବୋଧ କୁ ଜନସାଧାରଣଙ୍କ ପାଖରେ ଅତି ସୁନ୍ଦର ଭାବରେ ପରିଚାଳନା ପାଇଁ ତହସିଲଦାର ଙ୍କ ଏଭଳି ପ୍ରୟାସ କୁ ଅଞ୍ଚଳ ବାସୀଙ୍କ ତରଫରୁ ସ୍ୱାଗତ କରାଯାଇଛି |ଏଥିସହ ଉପସ୍ଥିତ ବୁଦ୍ଧିଜିବୀ ମାନେ ନିଜର ମତ ରଖିଥିଲେ ଯେ ଦୋକାନ ଗୁଡିକରେ ସାମାଜିକ ଦୂରତା କିମ୍ବା ମାସ୍କ ବ୍ୟବହାର କିମ୍ବା ହାତ ସାନିଟାଇଜର ବ୍ୟବସ୍ଥା କରାଯାଉନାହିଁ |ମେଡିକାଲ ଠାରେ ଥିବା ଆସୋଲେସନ କେନ୍ଦ୍ରକୁ ଅନ୍ୟମାନେ ଯିବାକୁ ମନା କରାଯିବାକୁ ଗୁରୁତ୍ୱ ଦିଆଯିବ | କୋଭିଡ ପାଇଁ ଅନୁଦାନ ସଂଗ୍ରହ କରିବାକୁ ଏକ ଦାନବାକ୍ସ କରାଯାଇ ସବୁ ବ୍ୟବସାୟୀ ଓ ଅଞ୍ଚଳବାସୀଙ୍କଠୁ ଦାନ ସଂଗ୍ରହ କରିବାକୁ ଯୁବଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଗଲା |ଏହି ଆଲୋଚନାରେ ଆର ଆଇ ସୁରେଶ ପୂଜାରୀ, ବ୍ଲକ ଅଧ୍ୟକ୍ଷ ମାଲା ମାଢ଼ୀ, ବି. ଭାସ୍କର ରାଓ, ବିନୋଦ ସାହୁ, କାମସେନ ପ୍ରଧାନ, କାଳିଆ ଦ୍ବିବେଦୀ, ଯୁବଗୋଷ୍ଠୀ ଓ ଅନ୍ୟାନ୍ୟ ବ୍ୟବସାୟୀ ଉପସ୍ଥିତ ଥିଲେ |