କାଲିମେଳାବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା
ମାଲକାନଗିରି (ସ.ଖ.ପ୍ର ):କାଲିମେଳା ବି ଇ ଓ ଗଙ୍ଗାଧର ପଟନାୟକ ଜୁଲାଇ ୩୧ ରେ ଅବସର ଗ୍ରହଣ କରିଥିଲେ |ଗତ ୪ ମାସ ମଧ୍ୟରେ ବ୍ଲକର ୯ ଜଣ ଶିକ୍ଷକ ମଧ୍ୟ ଅବସର ଘୋଷଣା କରିଥିଲେ |ଏ ସମସ୍ତଙ୍କ ପାଇଁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା |କାଲିମେଳା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଧ୍ରୁବ ଚରଣ ନାୟକ, ସମ୍ପାଦକ ଜୟନ୍ତ ସାମଲଙ୍କ ନେତୃତ୍ୱରେ କାଲିମେଳା ସହରସ୍ଥିତ ଶିକ୍ଷକଭବନ ପରିସରରେ ଏହାର ଆୟୋଜନ କରାଯାଇଥିଲା |ଏହି ସଭାରେ ମୁଖ୍ୟ ଅତିଥି ଭାବେ କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଢ଼ୀ, ଶିକ୍ଷକ ସଙ୍ଘ ଉପଦେଷ୍ଟା ବିଧାନ ବିଶ୍ୱାସ, ଜିଲ୍ଲା ଉପ ସଭାପତି ସମୀର କୁମାର, ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ |ଅବସର ନେଇଥିବା ସମସ୍ତଙ୍କୁ ସମ୍ମାନିତ କରାଯାଇଥିଲା |ଏଠାରେ ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ଓ ସମସ୍ତେ ସାମାଜିକ ଦୂରତା ରକ୍ଷା କରିଥିଲେ |