01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କାଲିମେଳାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଚେକ ପ୍ରଦାନ

ମାଲକାନଗିରି (ସ.ଖ.ପ୍ର ): ମାଲକାନଗିରିଜିଲ୍ଲା କାଲିମେଳା ସଦରର ବ୍ୟବସାୟ ଅନୁଷ୍ଠାନ ଏବଂ ଅଚଳବାସୀଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀ ଙ୍କ ରଲିଫପାଣ୍ଠି କୁ କରୋନା ମୁକାବିଲା କରିବା ପାଇଁ ୨ ଲକ୍ଷ ୪0 ହଜାର ଟଙ୍କା ପ୍ରଦାନ କରାଯାଇଛି ।ଏହାର ଏକ ଡିଡି ଚେକ୍ କୁ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲକୁ ପ୍ରଦାନ କରାଯାଇଥିବା ଜଣାପଡିଛି ।ଜିଲ୍ଲାପାଳଙ୍କୁ ଚେକ ପ୍ରଦାନ ସମୟରେ କାଲିମେଳାର କାମସେନ ପ୍ରଧାନ , ବି ଭାଷ୍କର ରାଓ , ବିନୋଦ ସାହୁ , ଜୀବନ କୃଷ୍ଣ ଦାସ ଏବଂ ଆକାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ସୁଚନା ଅନୁଯାଇ କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ ଏବଂ ବିଡିଓ ଉମା ଶଙ୍କର ଦଳାଇଙ୍କ ଉଦ୍ୟମରେ କାଲିମେଳା ସଦର ମହକୁମା ଠାରେ ଥିବା ପ୍ରାୟ ୩୦୦ ରୁ ଉର୍ଧ୍ଵ ବ୍ୟବସାୟୀ ମାନଙ୍କ ଠାରୁ ହୋଇଥିବା ଅର୍ଥ ସଂଗ୍ରହ କରାଯାଇଥିଲା । ଏଥିସହ ଅଞ୍ଚଳର କିଛି ବୁଦ୍ଧିଜୀବି ଏବଂ ଜନସାଧାରଣ ମାନେ ମଧ୍ୟ ଏଥିରେ ଅର୍ଥଦାନ କରିଥିଲେ ପ୍ରଥମ ଦିନରେ ୧ ଲକ୍ଷ ୬୦ ହଜାର ଟଙ୍କା ସଂଗ୍ରହ କରାଯାଇଥିବା ବେଳେ ଦ୍ବିତୀୟଦିନରେ ୮୦ହଜାର ଟଙ୍କା ସଂଗ୍ରହ ହୋଇପାରିଥିଲା । ଏହି ଅର୍ଥକୁ କାଲିମେଳା ବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରଲିଫ ପାଣ୍ଠିକୁ ଦାନ କରାଯାଇଥିଲା ଏଥିରେ ବ୍ଲକ ଅଧ୍ୟକ୍ଷ ମାଲା ମାଢିଙ୍କ ସମେତ ତହସିଲ କର୍ମଚାରୀ ମାନେ ସହେଯୋଗ କରିଥିଲେ ଚେକ ପ୍ରଦାନ ସମୟରେ ଜିଲ୍ଲାପାଳ ଏହି କାର୍ଯ୍ୟପାଇଁ କାଲିମେଳା ବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଂଚଳରେ ସାମାଜିକ ଦୂରତା ଏବଂ ଜନଗହଳି ନକରିବାକୁ ପରାମର୍ଶ ଦେଇଥିଲେ ।ଜିଲ୍ଲା ପ୍ରଶାସନଙ୍କ କଥା ସବୁ ମାନିଥିଲେ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *