କାର ସହ ପିକଅପ ଭ୍ୟାନ ମୁହାଁ ମୁହିଁ ଜଣେ ମୃତ, ଜଣେ ଆହତ
ବୋରିଗୁମ୍ମା(ସଖପ୍ର): କୋରାପୁଟ ଜିଲ୍ଲା ଜାତୀୟ ରାଜପଥ ପୂଜାରିପୁଟ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ସ୍ୱିଫ୍ଟ ଡିଜାଇର କାର ସହ ଏକ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ କୋଟପାଡର ସନ୍ତୋଷ ପଣ୍ଡା, ବୋରିଗୁମ୍ମାରୁ କୋରାପୁଟ ଅଭିମୁଖେ ଏକ ସ୍ୱିଫ୍ଟ ଡିଜାଇର ଗାଡି ଯାଉଥିବା ବେଳେ ବିପରୀତ ଦିଗରୁ ଏକ ପିକଅପ ଭ୍ୟାନ ଆସି ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ କୋଟପାଡ଼ର ସନ୍ତୋଷ ପଣ୍ଡାଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଆହତ ହୋଇଛନ୍ତି । କୋଟପାଡ଼ର ବରିଷ୍ଠ ବିଜେଡି ନେତା ରଞ୍ଜୁ ପାତ୍ର ଗୁରୁତର ଆହତ ହୋଇଛନ୍ତି । । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ପ୍ରତିନିଧି ସିମାଦ୍ରୀ ଶ୍ରୀନିବାସ ରାଓ