କାର ଭିତରେ ଛୁଆକୁ ଛାଡି ବାପା ମାଆ ପଳାଇଥିଲେ…
ଢେ଼ଙ୍କାନାଳ, ୦୩/୧୨(ସଖପ୍ର) କାର୍ ଭିତରେ ଦେଢ଼ ବର୍ଷର ଶିଶୁ କନ୍ୟାକୁ ଛାଡ଼ି କାର୍ ଲକକରି ପଳାଇଥିଲେ ବାପା ମା।ଫଳରେ ଶିଶୁକନ୍ୟା ଗୁରୁତର ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁସାରେ ଢେଙ୍କାନାଳ ମେଡିକାଲ ପରିସରରେ କାରରେ ପିଲାକୁ ଛାଡି ପଳାଇଥିଲେ ବାପା ମା। ଦୀର୍ଘ ସମୟ ବନ୍ଦ ଖରାରେ ରହିବାରୁ ଶିଶୁ କନ୍ୟା ଗୁରୁତର ହୋଇ ପଡ଼ିଥିଲା। ମୁମୂର୍ଷୁ ଅବସ୍ଥାରେ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି ଲୋକେ। ଉଦ୍ଧାର ଶିଶୁ କନ୍ୟାକୁ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୀର୍ଘ ସମୟ ପରେ ଘଟଣା ସ୍ଥଳରେ ପହଞ୍ଚିଲେ ଛୁଆର ବାପା ମା।