02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କାନଫଟା ଶବ୍ଦ ସୃଷ୍ଟି କରୁଥିବା  ବୁଲେଟରୁ ସାଇଲେନ୍ସର ଖୋଲିବା ସହ ଜୋରିମାନା ଆଦାୟ

କୋରାପୁଟ ଜିଲ୍ଲା/ ଜୟପୁର (ସଖପ୍ର): ଆଜି ଜୟପୁର ସହରର ବିଭିନ୍ନ ସ୍ଥାନରେ ଟାଉନ ପୋଲିସ ତରଫରୁ ମୋଟର ସାଇକେଲ ଚେକିଂ କରାଯାଇଥିଲା। କାନଫଟା ଶବ୍ଦ ସୃଷ୍ଟି କରୁଥିବା ତିନୋଟି ବୁଲେଟସହ ଚାଳକ ମାନଙ୍କୁ ଧରି ଟାଉନ ଥାନାକୁ ଅଣାଯାଇଥିଲା। ମେକାନିକ ଡକାଇ ଶବ୍ଦଯୁକ୍ତ ସାଇଲେନ୍ସରକୁ ଖୋଲି ଦିଆଯାଇଥିଲା ଓ ମୋଟର ସାଇକେଲର ଅରିଜିନାଲ ସାଇଲେନ୍ସରକୁ ମୋଟର ସାଇକେଲରେ ଲଗାଯାଇ ପ୍ରତ୍ୟେକ ଚାଳକମାନଙ୍କ ପାଖରୁ ଦୁଇ ହଜାର ଲେଖାଏଁ ଜୋରିମାନା ଟଙ୍କା ଆଦାୟ କରାଯାଇଥିଲା। ବେପରୁଆ ଭାବରେ ମୋଟର ସାଇକେଲ ଚାଳନା ଓ ଉଚ୍ଚ ଶବ୍ଦଯୁକ୍ତ ସାଇଲେନ୍‍ସର ଲଗାଇ ରାସ୍ତାରେ କାନଫଟା ଶବ୍ଦକରୁଥିବା ଚାଳକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଥିଲେ। କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ମହଲରୁ ବାରମ୍ବାର ଦାବୀ ହେଉଥିଲା। ଟାଉନ ପୋଲିସ କାର୍ଯ୍ୟାନୁଷ୍ଠାନ ଚାଲୁ ରଖିଥିବାରୁ ଟାଉନ ଥାନା ଅଧିକାରୀ ରମଣୀ ରଞ୍ଜନ ଦଳାଇଙ୍କୁ ବୁଦ୍ଧିଜୀବୀମାନେ ପ୍ରଶଂସା କରୁଛନ୍ତି। ଏଭଳି ଚଢ଼ାଉ ନିୟମିତ ଜାରୀ ରହିବ ବୋଲି ଥାନାଅଧିକାରୀ ଶ୍ରୀ ଦଳାଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *