01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କାଠ ପଟ୍ଟା ଜବତସହ ଜଣଙ୍କୁ ଗିରଫ ଗିରଫ କଲା ବନ ବିଭାଗ…

ମାଲକାନଗିରି (ସ.ଖ.ପ୍ର ): ମାଲକାନଗିରି ବନାଞ୍ଚଳ କର୍ମଚାରୀମାନେ ଅତର୍କିତ ଚଢାଉ କରି ଲକ୍ଷାଧିକ ଟଙ୍କାର କାଠ ପଟ୍ଟା ଜବତ କରିବା ସହ ଜଣେ ଆସାମୀଙ୍କୁ ଗିରଫ କରିଥିବା ଜଣାପଡିଛି |ପ୍ରାପ୍ତ ସୂଚନା ଅନୁସାରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ଆଜି ସକାଳେ ମାଲକାନଗିରି ସଦର ମହକୁମାସ୍ଥିତ ଆଶୀର୍ବାଦ କଲୋନୀରେ ବନ କର୍ମଚାରୀମାନେ ଅତର୍କିତ ଚଢାଉ କରି ହରି ନାଗ(୩୭)ଙ୍କ ଘରୁ ଶାଗୁଆନ ଏବଂ ପିଆଶାଳ କାଠ ପଟ୍ଟା ଜବତ କରିଥିଲେ |ହରି ନାଗ ନିଜ ଘରେ ବଢେଇ କାର୍ଯ୍ଯ ଦୀର୍ଘ ଦିନ ହେଲା କରି ଆସୁଥିଲେ ମଧ୍ଯ ବନକର୍ମଚାରୀମାନେ ଟେର୍ ପାଉନଥିଲେ |ତେବେ ଚୋର ଘର ସବୁ ବେଳେ ଅନ୍ଧାର ନଥାଏ,ଦିନେ ନା ଦିନେ ଉଜ୍ଜ୍ବଳ ହେଲା ପରି ହରିର ଗୁପ୍ତ ରହସ୍ଯର ପର୍ଦାଫାଶ ହୋଇଛି |ବନ କର୍ମଚାରୀମାନେ କୌଣସି ସୂତ୍ରରୁ ସୂଚନା ପାଇ ହରି ନାଗଙ୍କ ଘରୁ ତିନି ଗୋଟି ଅର୍ଦ୍ଧ ନିର୍ମିତ ପଲଙ୍କ ପଟ୍ଟା ଏବଂ ଗୋଟେ ସୋଫାସେଟ ଜବତ କରିବା ସହ ହରି ନାଗକୁ ଗିରଫ କରିଥିବା ଜଣା ପଡିଛି |ପ୍ରକାଶ ଥାଉକି ଗୋଟାଏ ଶାଗୁଆନ ପଲଙ୍କର ବଜାର ମୂଲ୍ଯ ୫୦ ହଜାର ହୋଉଥିବା ବେଳେ ଗୋଟାଏ ସୋଫାସେଟର ମୂଲ୍ଯ ୬୦ ହଜାର ଟଙ୍କା
ବୋଲି କୁହାଯାଇଛି |ଜିଲାରେ ବିଭିନ୍ନ ସ୍ଥାନରେ ଏପରି ବେନିୟମ ଭାବେ କାଠ କାମ ହେଉଥିବା ଖବର ମିଳୁଛି, ଦେଖିବାକୁ ବାକି ରହିଲା କେବେ ବନ ବିଭାଗ ଏହାକୁ ଧରୁଛି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *