12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କଳାହାଣ୍ଡି ବିଶ୍ୱ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

କଳାହାଣ୍ଡି (ସଖପ୍ର): କଳାହାଣ୍ଡି ବିଶ୍ୱ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତହୋଇଛି। ପ୍ରତ୍ୟେକ ବର୍ଷ ଆମ ଦେଶରେ ଜୁଲାଇ ମାସ ପ୍ରଥମ ସପ୍ତାହରେ ଜନସାଧାରଣଙ୍କୁ ଜଙ୍ଗଲ ସୃଷ୍ଟି ଓ ବୃକ୍ଷରୋପଣର ମହତ୍ତ୍ୱ ଓ ଏହି ବିଷୟରେ ଜନସଚେତନତା ପାଇଁ ବନ ମହୋତ୍ସବ ପାଳନ କରାଯାଇଥାଏ। ଏହି ଅବସରରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆଜି ଆୟୋଜିତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ।କୁଳପତି ପ୍ରଫେସର ସଞ୍ଜୟ ଶତପଥୀ ଓ ଅଧ୍ୟାପକ, ଆମନ୍ତ୍ରିତ ଅତିଥି, ଏନସିସି,ଏନଏସଏ ରେଡକ୍ରସ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଅଧିକାରୀଙ୍କ ଗହଣରେ ଗୋଟିଏ ମିନିଟ ମଧ୍ୟରେ ୫୦ ଗୋଟି ଚାରା ରୋପଣ କରାଯାଇ ଥିଲା। ଆଗାମୀ ଏକ ସପ୍ତାହ ମଧ୍ୟରେ ଏକ ହଜାର ଚାରା ରୋପଣ କରାଯିବ ବୋଲି କୁଳପତି ପ୍ରକାଶ କରିଥିଲେ। ଏହି ଅବସରରେ କୁଳପତିଙ୍କ କାର୍ଯ୍ୟାଳୟର ଉଦଘାଟନ କରାଯାଇଥିଲା।

ଏହି ଉତ୍ସବରେ ଏନଏସ୍ଏସ ଅଧିକାରୀ ଚିତ୍ତରଞ୍ଜନ ଖୁଣ୍ଟିଆ, ଯୁବ ରେଡ଼କ୍ରସ ସଂଯୋଜକ ସଂଜୀବ କୁମାର ସାହୁ, ହିମାଂଶୁ ଷଡଙ୍ଗୀ, ଅଖିଳ ନାଏକ, ଅବିନାଶ ଠାକୁର, ମଣ୍ଟୁ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

କଳାହାଣ୍ଡି ପ୍ରତିନିଧି ଲକ୍ଷ୍ମୀକାନ୍ତ ଖମାରୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *