01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କଳାକାରଙ୍କ ସଙ୍ଗମସ୍ଥଳ ପାଲଟିଛି ବରଗଡ ଧନୁଯାତ୍ରା

ବରଗଡ: ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା। ବିଶ୍ବପ୍ରସିଦ୍ଧ ଏହି ଯାତ୍ରା କଳା ଓ ସଂସ୍କୃତିର ବାର୍ତ୍ତା ବହନ କରିଥାଏ। ମୁକ୍ତାକାଶ ଏହି ରଙ୍ଗମଞ୍ଚ ବିଭିନ୍ନ ରାଜ୍ୟର କଳାକାରଙ୍କ ନିଖୁଣ କଳାକୃତିରେ ଶୋଭାବର୍ଦ୍ଧନ କରିବା ସହ ଦେଶ ବିଦେଶର କଳାକାରଙ୍କ ଏହା ହେଉଛି ମହାମିଳନସ୍ଥଳ। କେବଳ ଏତିକି ନୁହେଁ ଦୀର୍ଘ 11 ଦିନ ଧରି ନୃତ୍ୟଗୀତରେ ଦୁଲୁକି ଉଠେ ତ୍ରିପୁରା ବିଜୟୀ ମଥୁରା ନଗରୀ ମହାରାଜ କଂସଙ୍କ ରାଜ ଦରବାର।
ଧନୁଯାତ୍ରାକୁ ବିଶ୍ଵପ୍ରସିଦ୍ଧ କରିବାରେ ଏହାର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ରାଜ୍ୟ ତଥା ଦେଶ ବାହାରୁ ଅନେକ ନୃତ୍ୟ ଦଳ ନିଜର କଳା ପରିବେଷଣ କରିବା ପାଇଁ ଏହି ମଞ୍ଚକୁ ଆସିବା ସହ ନିଜ ଅଞ୍ଚଳର କଳା ଓ ସଂସ୍କୃତିକୁ ବିଶ୍ଵ ଦରବାରରେ ପହଞ୍ଚାଇବାକୁ ଚେଷ୍ଟା କରିଥାନ୍ତି। ଚଳିତ ବର୍ଷ ହିମାଚଳ ପ୍ରଦେଶ, କେରଳ, ଜମ୍ମୁ-କାଶ୍ମୀର, ନାଗାଲ୍ୟାଣ୍ଡ ଓ ଆସାମ ଭଳି ଅନେକ ରାଜ୍ୟର କଳାକାରଙ୍କ ସୁଅ ଛୁଟିଛି କଂସ ଦରବାରକୁ। ମଞ୍ଚସ୍ଥ କଲାକାର ମହାରାଜା ଓ ମଥୁରାବାସୀଙ୍କ ସମ୍ମଖରେ ନୃତ୍ୟଗୀତ ପରିବେଷଣ କରି ନିଜକୁ ବେଶ ଗର୍ବିତ ମନେ କରିଛନ୍ତି।
ଚଳିତ ବର୍ଷ 130ରୁ ଊର୍ଦ୍ଧ୍ବ ସାଂସ୍କୃତିକ ଦଳ ଏଥିରେ ଭାଗ ନେଇ ଦୀର୍ଘ 11 ଦିନ ଧରି ନିଜର ନୃତ୍ୟଗୀତର ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *