02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କଲ୍ୟାଣସିଂହପୁର ଓ ଗୁଣପୁର ଥାନା ଅଞ୍ଚଳରେ ଜିଲ୍ଲା ପୋଲିସର ଅବକାରୀ ଚଢାଉ

ରାୟଗଡଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡ ଜିଲ୍ଲାରେ ବେଆଇନ ଭାବେ ଦେଶୀ ରନ୍ଧାମଦ, ବିଦେଶୀ ମଦ ବିକ୍ରି ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ଓଡିଶା ପୋଲିସର ରାୟଗଡ ଜିଲ୍ଲା ପୋଲିସ ପକ୍ଷରୁ ଅବକାରୀ ଚଢାଉ ଜାରି ରଖାଯାଇଛି । ଏହି କ୍ରମରେ ରାୟଗଡ ଜିଲ୍ଲା ଅାରକ୍ଷୀ ଅଧିକ୍ଷକ ଡଃ.ସର୍ବଣା ବିବେକ ଏମ.ଙ୍କ ନିର୍ଦ୍ଦେଶରେ କଲ୍ୟାଣସିଂହପୁର ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ସବ-ଇନ୍ସପେକ୍ଟର ଦିପ୍ତି ସାହୁ ଓ ତାଙ୍କ ଟିମ ଚଢାଉ କରି ୨ଜଣ ଚୋରା ମଦ ବ୍ୟବସାୟୀଙ୍କ ଠାରୁ ୭୪୫ ପ୍ୟାକେଟ ପାଉଚ (୧୪୯ ଲିଟର) ଦେଶୀ ରନ୍ଧା ମଦ ଜବତ କରାଯାଇଥିବା ବେଳେ ଗିରଫ କରାଯାଇ ଥାନା କେସ ନମ୍ବର ୧୦୪/୧୦୫/ ତାରିଖ ୨୪/୧୦/୨୦୧୯ରେ ମାମଲା ରୁଜୁ କରାଯାଇ ୟୁ/ଏସ-୫୨(ଏ)ଓଡିଶା ଅବକାରୀ ଏକ୍ଟ ଦଫାରେ କୋର୍ଟଚାଲାଣ କରାଯାଇଛି । ସେହିପରି  ଗୁଣପୁର ଥାନା ଅଧିନସ୍ଥ ଅଞ୍ଚଳରେ ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନ ଓ ତାଙ୍କ ଟିମ ଚଢାଉ କରି ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରୁଥିବା ୨ଜଣ ବ୍ୟବସାୟୀଙ୍କ ଠାରୁ ୪୩.୫୦୦ଲିଟର ବିଦେଶୀ ମଦ ଓ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି । ଏ ନେଇ ଗୁଣପୁର ଥାନା କେସ ନମ୍ବର ୧୪୧/୨୪/୧୦/୨୦୧୯ରେ ମାମଲା ରୁଜୁ କରାଯାଇ ୨ ଅଭିଯୁକ୍ତଙ୍କ ବିରାେଧରେ ୟୁ/ଏସ-୫୨(ଏ)ଓଡିଶା ଅବକାରୀ ଏକ୍ଟ ଦଫାରେ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *