କଲେଜ ଛାତ୍ରୀଙ୍କୁ ଗଳା କାଟି ହତ୍ୟା ଉଦ୍ୟମ, ଯୁବକ ଗିରଫ
ରାୟଗଡା(ସଖପ୍ର) :ରାୟଗଡା ଜିଲ୍ଲା ଗୁଡାରି ଥାନା ଅନ୍ତର୍ଗତ। ରାମନାଗୁଡା ବ୍ଲକ ଅଧିନସ୍ତ ଗୁମୁଡ଼ା ସ୍ଥିତ ମୁଖ୍ୟ ବଜାର ରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା , ଗୁରୁବାର ଠାରୁ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ର କଳା ବିଭାଗ ର ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଘଟଣା ଦିନ ବିଷମକଟକ ବଡ଼ ଦୁଆର ସାହି ର ନିହାରିକା ମହାନ୍ତି(୧୯) ନାମ୍ନୀ କଲେଜ ଛାତ୍ରୀ ଗୁମୁଡ଼ା ସ୍ଥିତ ଦ୍ରୌପଦୀ ଜୁନିୟର କଲେଜ ରେ ପରୀକ୍ଷା ସାରିବା ପରେ ନିଜ ଘର ବିଷମକଟକ କୁ ଯିବା ପାଇଁ ଗୁମୁଡ଼ା ମୁଖ୍ୟ ବଜାର ରେ ବସ କୁ ଅପେକ୍ଷା କରି ଛିଡା ହୋଇଥିବା ସମୟରେ ବିଷମକଟକ ର କେ. ତିରୁମାଲା(୨୮) ନାମକ ଯୁବକ ଉକ୍ତ ନିହାରିକା ନାମକ କଲେଜ ଛାତ୍ରୀ ଙ୍କ ନିକଟକୁ ଆସି କିଛି ଭାବିବା ଆଗରୁ ଅଚାନକ ଭାବେ ଏହି ଯୁବକ ଜଣଙ୍କ ଛାତ୍ରୀ ଙ୍କ ଚାକୁ ସାହାଯ୍ୟ ବେକ କାଟି ଦେଇଥିବା ସହ ଯୁବକ ନିଜେ ଗୁମୁଡ଼ା ସ୍ଥିତ ପୋଲିସ ଫାଣ୍ଡିରେ ଆତ୍ମ ସମର୍ପଣ କରିଥିବା ଜଣାପଡ଼ିଛି, ଏହିଘଟଣା ପଛରେ ପ୍ରେମ ଜନିତ କାରଣ ଥାଇପାରେ ବୋଲି ଶୁଣିବାକୁ ମିଳୁଛି, ଆମ୍ବୁଲାନ୍ସ ଯୋଗେ ଗୁରୁତର ଆହତ ଥିବା ଛାତ୍ରୀ ଙ୍କୁ ପଦ୍ମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥିତ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରି ଦିଆଯାଇଛି ,ଏହି ଘଟଣା ସମ୍ପର୍କରେ ଗୁଡାରି ଥାନା ରେ କେସ ନମ୍ବର ୧୬/୨୦୨୩ ରେ ମାମଲା ରୁଜୁ କରି ଯୁବକ ଙ୍କୁ ଗୁଡାରି ଥାନା ରେ ଅଟକ ରଖାଯାଇ ଅଧିକ ତଦନ୍ତ ଗୁଡାରି ପୋଲିସ ଜାରି ରଖିଛି ବୋଲି ଗୁଡାରି ଥାନା ଅଧିକାରୀ ଦୀନବନ୍ଧୁ ଶବର କହିଛନ୍ତି।
ରାୟଗଡାରୁ ଅମୁଲ୍ୟ ନିଶଙ୍କ
An interesting discussion is definitely worth comment. I do believe that you should publish more about this subject, it may not be a taboo matter but typically people dont discuss these subjects. To the next! Many thanks!!