11/13/2025

Sabubarga Khabar

All category news

କର୍ଣ୍ଣାଟକ ରାଜ୍ୟର ଏକ ବସ ସହ ଶ୍ରମିକ ଅଟକ


ଉମରକୋଟ (ସଖପ୍ର): ଆଜି ସନ୍ଧ୍ୟା 7.30. ମିନିଟ ସମୟରେ ଏକ ବସରେ କିଛି ଶ୍ରମିକ ଥିବାର ଜଣାପଡିଛି। ସୂଚନା ଅନୁଯାଇ କର୍ଣ୍ଣାଟକ ରାଜ୍ୟର ଏକ ବସ ନଂ KA52 3463ରେ ପ୍ରାୟ 30ଜଣ ଶ୍ରମିକ ଥିବାର ଜଣାପଡିଥିଲା। ଏହା ଦେଖି ଉମରକୋଟ ପୋଲିସଙ୍କୁ ଖବର ଦେବା ପରେ ପୋଲିସ ସେଠାରେ ପହଞ୍ଚି ବସରେ ଥିବା ସମସ୍ତ ଶ୍ରମିକ ଓ ବସକୁ ଥାନାକୁ ନେଇଯାଇଥିଲେ।ବସର ଚାଳକଙ୍କ ନାମ ହେଲା ମୁନି ବହଲ। ସେ କର୍ଣ୍ଣାଟକର ବୋଲି ଜଣାପଡିଛି। ପୋଲିସ ଶ୍ରମିକଙ୍କ ଆଧାର କାର୍ଡର ଯାଞ୍ଚ କରିବା ସହ ବସଟିକୁ ଥାନାରେ ଅଟକ ରଖିଛି। ଶ୍ରମିକ କେଉଁଠି ଯାଉଥିଲେ ତାହାର କୌଣସି ପ୍ରମାଣ ମିଳି ପାରିନାହିଁ । ଏହାର ଯାଞ୍ଚ କରାଯାଉଛି ବୋଲି ଜଣାପଡିଛି।

ଉମରକୋଟ ପ୍ରତିନିଧି ଘିନୁ ପନାକା

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *