11/13/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କରୋନା ସଚେତନତା ମାକ୍ସ ବଣ୍ଟନରେ ଅଧ୍ୟାପିକା ବେଲମତୀ କୁମୁରା ଓ ସ୍ବେଛ୍ଛାସେବୀଙ୍କ ଅଭିନବ ପ୍ରୟାସ

ବରଗଡଜିଲ୍ଲା : କରୋନା ମୁକାବିଲା ସକାଶେ ନିଜ ସହର ତଥା ଗ୍ରାମକୁ ସୁରକ୍ଷିତ ଓ ସଚେତନ ରଖିବା ପାଇଁ ସରକାରଙ୍କ ନିୟମ ଅନୁଯାୟୀ ସାରା ଓଡିଶାରେ ସରକାରୀ କଳ , ସ୍ବେଛ୍ଛାସେବୀ ଅନୁଷ୍ଠାନ ଗରିବ ଅସହାୟଙ୍କ ପାଇଁ କାର୍ଯ୍ୟ କରି ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରି ଆସୁଛନ୍ତି । ଏହି ଦୁଃସମୟରେ କରୋନାରୁ ସୁରକ୍ଷିତ ରହିବା ପାଇଁ ନିଆରା ପ୍ରୟାସ ଦେଖିବାକୁ ମିଳେ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅଧିନରେ ଥିବା ଛୋଟିଆ ଗାଁ ଚାରପାଲି ଠାରେ। ସରପଞ୍ଚ ଦେବେନ୍ଦ୍ର ସାହୁ , ଅଗଂନଓ୍ବାଡି କର୍ମୀ ସନ୍ତୋଷିନୀ ପ୍ରଧାନଙ୍କ ସହଯୋଗରେ ଅଧ୍ୟାପିକା ବେଲମତୀ କୁମୁରା , ଗାଁର ଶିକ୍ଷିତ ଯୁବଗୋଷ୍ଠି , ଆଶା , ଅଗଂନଓ୍ବାଡି କର୍ମୀଙ୍କୁ ନେଇ ଗଠିତ ହୋଇଥିଲା କରୋନା ସଚେତନତା କମିଟି ,ଚାରପାଲି । କମିଟି ମାଧ୍ୟମରେ ଗାଁର ନଳକୂପ , ରାସ୍ତାକଡକୁ ସଫା କରିଥିଲେ, ଏହି ମହତ କାର୍ଯ୍ୟରେ ଅଧ୍ୟାପିକା ବେଲମତୀ କୁମୁରା କରୋନାରୁ ସୁରକ୍ଷିତ ରହିବା ପାଇଁ ସାମାଜିକ ଦୂରତା, ବାରମ୍ବାର ସାବୁନରେ ହାତ ଧୋଇବା, ଆଖି ନାକକୁ ବାରମ୍ବାର ନ ଛୁଇଁବା , ଅତିଆବଶ୍ୟକ ହେଲେ ମାକ୍ସ ପିନ୍ଧି ଘରୁ ବାହାରିବା ଇତ୍ୟାଦି ବିଷୟକୁ ଲୋକଙ୍କୁ ବୁଝାଇ ଥିଲେ। ପେଶା ଅଧ୍ୟପନା ଗରିବ ଅସହାୟଙ୍କୁ ସାହାଯ୍ୟ କରିବା ଦିଗରେ ଛାତ୍ରୀ ଜୀବନରୁ ବ୍ରତୀ ଅଟନ୍ତି। କରୋନାର ମୁକାବିଲା ପାଇଁ ମାକ୍ସ ପିନ୍ଧିବା ଜରୁରୀ , ତେଣୁ ବେଲମତୀ କୁମୁରା ନିଜ ଦରମାରୁ ମାକ୍ସ ସିଲେଇ କରି ଗାଁର ଗରିବ ନିଃସହାୟ ଲୋକମାନଙ୍କୁ ବଣ୍ଟନ କରିଛନ୍ତି । ଅଧ୍ୟାପିକା ବେଲମତୀ କୁମୁରା ଏବଂ କରୋନା ସଚେତନତା କମିଟିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ମହତ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ବୋଲି ଅଞ୍ଚଳବାସୀ ଉତ୍ସାହିତ ଅଛନ୍ତି ।

ବରଗଡ ପ୍ରତିନିଧି ମୋତିଲାଲ ବାଗ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *