କରୋନା ସଂକ୍ରମଣରେ ୧୦ରୁ ଉର୍ଦ୍ଧ୍ବ ମାଓବାଦୀ ମୃତ…

କୋରାପୁଟ ଜିଲ୍ଲା(ସଖପ୍ର): ଅବିଭକ୍ତ କୋରାପୁଟ ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡ଼ ସୁକମା ଦାନ୍ତେୱାଡା ଓ ବିଜାପୁର ଜିଲ୍ଲାରେ ପ୍ରାୟ 50ରୁ ଅଧୁକ ମାଓବାଦୀଙ୍କୁ କରୋନା ସଂକ୍ରମଣ ଏବଂ ଫୁଡପଏଜନ ହୋଇଥିବାର କିଛିଦିନ ତଳେ ସୂଚନା ମିଳିଥିଲା । ଏଥିରେ ୨୫ଲକ୍ଷ ଇନାମୀ ହାର୍ଡକୋର ମାଓବାଦୀ ସୁଜାତା କରୋନା ସଂକ୍ରମଣର ଶିକାର ହୋଇଥିବା ସୂଚନା ମିଳିଥିଲା । ଏଥିସହ ଆଉ ଦୁଇ ଜଣ ୧୦ଲକ୍ଷ ଇନାମୀ ମାଓବାଦୀ ଜୟ ଲାଲ ଓ ଦିନେଶ ସହ ବହୁ ମାଓବାଦୀ ନେତା କରୋନା ସଂକ୍ରମଣର ଶିକାର ହୋଇଥିବା ଦାନ୍ତେଓ୍ବାଡା ଏସ.ପି ଅଭିଷେକ ପଲ୍ଲବ ପୁଷ୍ଟି କହିଥିଲେ । ସମସ୍ତ ମାଓବାଦୀ ନେତାମାନଙ୍କୁ କରୋନା ଭାଇରସର ଆନ୍ଧ୍ର ଷ୍ଟ୍ରେନ ରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି । ଦାନ୍ତେଓ୍ବାଡା ପୋଲିସକୁ ସୂଚନା ମିଳିଛି ଯେ ଦକ୍ଷିଣ ବସ୍ତର ଡିଭିଜନ , ଦରଭା ଡିଭିଜନ , ଓ ପଶ୍ଚିମ ବସ୍ତ୍ରର ଡିଭିଜନରେ ମାଓବାଦୀ ମାନେ କରୋନାରେ ସଂକ୍ରମିତ ଦାନ୍ତେଓ୍ବାଡା , ବିଜାପୁର ଓ ସୁକମା ଜିଲ୍ଲା ରହିଅଛି ଏହି ଏରିଆ ଗୁଡିକରେ ଛତିଶଗଡ ସରକାରଙ୍କ ତରଫରୁ ଆନ୍ଧ୍ରପ୍ରଦେଶ ଷ୍ଟେନ ପ୍ରତି ଆଗରୁ ଆଲର୍ଟ ଜାରି କରାଯାଇଥିଲା । ଏପର୍ଯ୍ୟନ୍ତ କରୋନା ସଂକ୍ରମଣ ୧୦ରୁ ଉର୍ଦ୍ଧ୍ବ ମାଓବାଦୀଙ୍କ ମୃତ୍ୟୁ ହେବା ଖବର ଦାନ୍ତେଓ୍ବାଡା ଏସ.ପି ଅଭିଷେକ ପଲ୍ଲବ କହିଛନ୍ତି ।
ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ