11/13/2025

Sabubarga Khabar

All category news

କରୋନା ଯୋଦ୍ଧା ରାଜକୁମାର ବନଛୋର ଓ ବାସମତୀ ବନଛୋର ସମ୍ମାନିତ

ବରଗଡଜିଲ୍ଲା : କରୋନା ବିରୁଦ୍ଧରେ ସାରା ଦେଶ ଲଢୁଛି। ଯିଏ ଯେଉଁ ପଦ ପଦବୀରେ ଥିଲେ ମଧ୍ୟ ସମାଜରୁ କେମିତି କରୋନା ହଟିବ ସେଥିପାଇଁ ସମସ୍ତେ ତତ୍ପରତାର ସହିତ ଉଦ୍ୟମ ଜାରୀ ରଖିଛନ୍ତି । ଯେଉଁମାନେ କରୋନା ମୁକାବିଲା ସଂଗ୍ରାମରେ ପ୍ରତ୍ୟକ୍ଷ ଭାବେ ନିଜକୁ ସମର୍ପିତ କରିଛନ୍ତି ସେମାନଙ୍କୁ ସରକାର କରୋନା ଯୋଦ୍ଧା ଭାବରେ ନାମିତ କରିଛନ୍ତି । କରୋନା ବିରୁଦ୍ଧରେ ସଂଗ୍ରାମ ବିଭିନ୍ନ ଅନୁଷ୍ଠାନର ବ୍ୟକ୍ତି ସାମିଲ ହୋଇ କରୁଥିବା ବେଳେ ସେହିପରି ବରଗଡରେ ସାମାଜିକ କାର୍ଯ୍ୟରେ ଜଡିତ ରହି ଅନ୍ୟର ଦୁଃଖ ସମୟରେ ଛିଡା ହୋଇ ସାହାଯ୍ୟ କରିଆସୁଥିବା ଏବେ କରୋନା ବିରୁଦ୍ଧରେ ସଂଗ୍ରାମରେ ଜଡିତଥିବା ସମାଜସେବୀ ଦମ୍ପତି ରାଜ କୁମାର ବନଛୋର ଓ ତାଙ୍କ ସହ ଧର୍ମିଣୀ ବାସ ମତୀ ବନଛୋରଙ୍କୁ ଓଡିଶା କର୍ମଜିବୀ ସାମ୍ବାଦିକ ସଂଘ ବରଗଡ ଶାଖା ତରଫରୁ ରାଜ୍ୟ ସଂଘର ରାଜ୍ୟ ଉପ ସଭାପତି ଆଶୁତୋଷ ରଥ ସମାଜସେବୀ ବନଛୋରଙ୍କ ଘରକୁ ଯାଇ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରିଛନ୍ତି।

ବରଗଡ ବ୍ୟୁରୋ ମୋତିଲାଲ ବାଗ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *