03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କରୋନା ଯୋଦ୍ଧାଙ୍କୁ ସମ୍ମାନ ଓ କୃତଜ୍ଞତା ଜଣାଇଲେ ରାୟଗଡ଼ା ପ୍ରଶାସନ ଓ ଜିଲ୍ଲାବାସୀ

ରାୟଗଡ଼ା: ୩୦/୫ (ଜିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ) ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଆହ୍ଵାନ କ୍ରମେ କରୋନା ବିରୁଦ୍ଧରେ ସଂଗ୍ରାମ କରୁଥିବା ଯୋଦ୍ଧାଙ୍କ ବିଶେଷ କରି ଡାକ୍ତର, ନର୍ସ, ପୋଲିସ, ଆଶା,ଅଙ୍ଗନଓ୍ବାଡ଼ି, ସଫେଇ କର୍ମଚାରୀ, କର୍ମଚାରୀ, ସାମ୍ବାଦିକ ଆଦି ଯେଉଁ ମାନଙ୍କ ତ୍ୟାଗ, ସେବା ଓ ପ୍ରତିବଦ୍ଧତା ପାଇଁ ବିପୁଳ ଭାବରେ ସମ୍ମାନ ଓ କୃତଜ୍ଞତା ଜଣାଇଥିଲେ ରାୟଗଡ଼ା ବାସୀ । ଆଜି ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟା ଲଘୁ ଓ ପଛୁଆ ଵର୍ଗ କଲ୍ୟାଣ ବିଭାଗ ଓଡ଼ିଶା, ରାୟଗଡ଼ ବିଧାୟକ ଶ୍ରଯୁକ୍ତ ମକରନ୍ଦ ମୁଦୁଲି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ,କାର୍ଯ୍ୟାଳୟର ଅନୁବିଭାଗୀୟ ଅଧିକାରୀ, କର୍ମଚାରୀ ଉପସ୍ଥିତ ରହି ସମ୍ମିଳିତ ଭାବରେ ପ୍ରାଦେଶିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସେହିପରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂସ୍ଥା କାର୍ଯ୍ୟାଳୟ ପରିସରରେ ପି.ଡି,ଡି ଆର ଡ଼ିଏ ଶ୍ରୀ ଅମୃତ ରୁତୁରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନ ଦିଆଯାଇଥିଲା। ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ସହ ସମ୍ମାନ ଓ କୃତଜ୍ଞତା ଜଣାଇଛନ୍ତି ।
ସେହିପରି ଆରକ୍ଷୀ ଅଧିକ୍ଷକ ରାୟଗଡା ଡା ଶର୍ବଣ ବିଭେକ ଏମଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟରେ ଏବଂ ସ୍ବତନ୍ତ୍ର ଭାବରେ ସ୍ଥାନୀୟ ଷ୍ଟେଟବ୍ୟାଙ୍କ ସାମନା ରାସ୍ତାରେ ସୁନ୍ଦର ଭାବରେ ଆୟୋଜନ କରିଛନ୍ତି।
ଜିଲ୍ଲାର ବିଭିନ୍ନ ବିଭାଗ,ବ୍ଲକ, ତହସିଲ,ଗ୍ରାମ ପଞ୍ଚାୟତ, ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର, ସଂଗରୋଧ କେନ୍ଦ୍ର, ସୀମା ନିୟନ୍ତ୍ରଣ କେନ୍ଦ୍ର କେରେଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ନାନ ଜଣାଇଛନ୍ତି ।
ସେହିପରି ସ୍ଥାନୀୟ ଡ଼ଙ୍ଗରିଆ ଉନ୍ନୟନ ସଂସ୍ଥା ଚାଟିକଣାରେ ଡ଼ଙ୍ଗରିଆ ଝିଅମାନେ ବନ୍ଦେ ଉତ୍କଳ ସଂଗୀତ ଗାନ କରି ଯୋଦ୍ଧାଙ୍କୁ ସମ୍ନାନ ଜଣାଇଛନ୍ତି ।
ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ସ୍ଥାନେ ସ୍ଥାନେ ବନ୍ଦେ ଉତ୍କଳ ଜନନୀ ସଂଙ୍ଗୀତ ଗାନ କରାଯାଇ କରୋନା ଯୋଦ୍ଧାଙ୍କୁ ସମ୍ନାନ ଜଣାଇଛନ୍ତି । ସ୍ଥାନୀୟ ପୌରପରିଷଦ ପକ୍ଷରୁ ରାୟଗଡ଼ା ସହରର ପ୍ରତ୍ୟେକ ୱାର୍ଡରେ ବନ୍ଦେ ଉତ୍କଳ ସଙ୍ଗୀତ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଏ ସମ୍ବନ୍ଧରେ ଗତ ତା ୨୯.୫.୨୦ରିଖ ଦିନ ସହରର ବିଭିନ୍ନ ଅନୁଷ୍ଠାନ, ବିଭାଗୀୟ ଅଧିକାରୀ, ଧର୍ମାନୁଷ୍ଠାନ, ସ୍ବେଚ୍ଛାସେବୀ ଅନୁଷ୍ଠାନ,ସାମ୍ବାଦିକ ସଙ୍ଗଠନ ମାନଙ୍କ ସହିତ ପ୍ରସ୍ତୁତି ବୈଠକ ଡ଼ାକି ଆଲୋଚନା କରିଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *