କରୋନା ପାଇଁ ଜ଼ିଲ୍ଲାପାଳଙ୍କ ଦ୍ବାରା ଜ଼ିଲ୍ଲା ଚିକିତ୍ସାଳୟରେ ସମୀକ୍ଷା ସାଙ୍ଗକୁ ବସଷ୍ଟାଣ୍ଡ ସଫା କଲେ

ରାୟଗଡା ଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ଦିନକୁ ଦିନ କରୋନା ଯେପରି ଭାବେ ବ୍ୟାପିବାରେ ଲାଗିଛି ସେଥିରୁ ଦୂରେ ରହିବା ସହିତ ଏହାର ନିରାକରଣ ପାଇଁ ଜ଼ିଲ୍ଲାପାଳ ପ୍ରମୋଦ କୁମାର ବେହେରା ବାରମ୍ବାର କରୋନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କରିବା ସହିତ ଡାକ୍ତରଖାନା, ସପିଙ୍ଗ ମଲ, ବସ ଷ୍ଟାଣ୍ଡ ରେଲୱେ ଷ୍ଟେସନ ସହିତ ସହରର ବିଭିନ୍ନ ଅଂଚଳ ପରିଦର୍ଶନ କରି ଜନସାଧାରଣଙ୍କୁ ସଚେତନତା କରିବାରେ ଦିନ ରାତି ଲାଗି ପଡିଛନ୍ତି। ଜ଼ିଲ୍ଲାପାଳ ଶ୍ରୀ ବେହେରା ପିଡି ଡ଼ି ଆର ଡ଼ି ଏ ଅମ୍ରିତ ଋତୁରାଜଙ୍କ ସହିତ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହିତ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ମିଶି କରୋନା ସମ୍ପର୍କରେ ସଚେତନତା କରିବା ସହିତ ବାରମ୍ବାର ହାତକୁ ସାବୁନରେ ସଫା କରିବା ସହିତ ପରିବେଶକୁ ପରିଷ୍କାର ପରିଛନ୍ନ ରଖିବା ସହିତ ଛେପକୁ ଏଣେ ତେଣେ ନ ପକାଇ ଉଦ୍ଦିଷ୍ଟ ଡ଼ଷ୍ଟ ବିନରେ ପକାଇବାକୁ ପରାମର୍ଶ ଦେଇଥିଲେ ଓ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ କରୋନା ସମ୍ପର୍କରେ ସମୀକ୍ଷା କରିଥିଲେ ଓ ଏହା ପରେ ରାୟଗଡା ବସ ଷ୍ଟାଣ୍ଡକୁ ପରିଦର୍ଶନରେ ଯାଇ ନିଜେ ଜ଼ିଲ୍ଲାପାଳ ଶ୍ରୀ ବେହେରା ବସକୁ ହାତରେ ସାନିଟାଇଜ ଲିକ୍ୟୁଡ଼ ସହିତ ସ୍ପଞ୍ଜ ଧରି ବସରେ ସିଟ ରେଲିଂ ହ୍ୟାଣ୍ଡେଲ ଓ ଗେଟ କୁ ସଫା କରିଥିଲେ ଓ ବସକୁ ପରିଷ୍କାର ପରିଛନ୍ନ ରଖିବା ପାଇଁ ପରାମର୍ଶ ଦେଇଥିଲେ। ବସ ଯାତାୟତ ପୂର୍ବରୁ ଓ ଯାତାୟତ ପରେ ବସକୁ ସଫା ରଖିବା ପାଇଁ କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ। ବସରେ ଯାତାୟତ କରୁଥିବା କୌଣସି ଯାତ୍ରୀ ଯଦି ଥଣ୍ଡା,କାସ, ଛିଙ୍କ ରୋଗରେ ପୀଡିତ ଲକ୍ଷଣ ଦେଖାଦିଏ ବସ କଣ୍ଡକ୍ଟର ତୁରନ୍ତ ମାସ୍କ ପ୍ରଦାନ କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପାଇଁ ନିର୍ଦେଶ ଦେଇଛନ୍ତି। ପରିବହନ ବିଭାଗ ପକ୍ଷରୁ କରୋନା ସଚେତନତା ପାଇଁ ପ୍ରସ୍ତୁତ ହୋଇଥିବା ପ୍ରଚାର ପତ୍ରକୁ ଜ଼ିଲ୍ଲାପାଳ ବସ ଷ୍ଟାଣ୍ଡରେ ଉପସ୍ଥିତ ଥିବା ଯାତ୍ରୀଙ୍କୁ ବାଣ୍ଟିଥିଲେ। ପରେ ପରେ ରାୟଗଡା ଘରୋଇ ବସ ମାଲିକ ସଂଘ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଦେଖିବା ସହିତ ବସ ଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ହାତ ଧୋଇବା ପାଇଁ ପାଣି ସାବୁନ ସେନିଟାଇଜ ମହଜୁଦ ରଖିବା ପାଇଁ ନିର୍ଦେଶ ଦେଇଥିଲେ କ୍ଷମତା ଠାରୁ ଅଧିକ ଯାତ୍ରୀ ନ ନେବା ପାଇଁ ଉଭୟ ସରକାରୀ ଓ ବେସରକାରୀ ବସ କର୍ମଚାରୀଙ୍କୁ ନିର୍ଦେଶ ଦେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ପୋୖର ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀ,ତହସିଲଦାର ଉମାଶଙ୍କର ବେହେରା, ଘରୋଇ ବସ ମାଲିକ ସଙ୍ଘ ସଭାପତି ଗୋପୀନାଥ ସାହୁ, ଉପ ସଭାପତି ଜେ ଶ୍ରୀନୁ, ଯୁଗ୍ମ ସମ୍ପାଦକ ଜିତୁ ପାଢ଼ୀ, କୋଷାଧକ୍ଷ ଗଦାଧର ବିଷୟ ଉପସ୍ଥିତ ରହିଥିଲେ।
