03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କରୋନା ନିୟମକୁ ଉଲଂଘନ କରି ନାଚିଲେ ବ୍ଲକ ଶିକ୍ଷା ଅଧିକାରୀ….

ମାଲକାନଗିରି (ସଖପ୍ର): ମାଲକାନଗିରି ଜିଲ୍ଲା କୁଡୁମୁଳୁଗୁମ୍ମାର ବ୍ଲକ ଶିକ୍ଷା ଅଧିକାରୀଙ୍କ ଡ୍ୟାନସିଂ ଭିଡିଓ ଭାଇରଲ ହେବାରେ ଲାଗିଛି । କୋଭିଡ କଟକଣା ର ଧଜିଆ ଉଡାଇ ବିନା ମାକ୍ସରେ ଏକାଧିକ ଲୋକଙ୍କୁ ଏକତ୍ରିତ କରି ଡ୍ୟାନ୍ସ କରିବାର ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରିବୁଲୁଛି । ଭିଡିଓଟି କେଉଁ ତାରିଖର ତାହା ସ୍ୱଷ୍ଟ ହୋଇନାହିଁ କିନ୍ତୁ କରୋନା କଟକଣା ମଧ୍ୟରେ ହିଁ ଏହି ଭିଡିଓ ଉତ୍ତୋଳନ ହୋଇଥିବା ସୂଚନା ମିଳିଛି । ଭିଡିଓ ଦେଖି ସ୍ପଷ୍ଟ ହେଉଛି ଯେ ତାହା ବାଲିମେଳାରେ ଥିବା ପୋଟେରୁ ଜଳସେଚନ ପ୍ରକଳ୍ପର ଅତିଥି ଭବନର । ଏଠାରେ ପ୍ରଶ୍ନ ଉଠୁଛି ସରକାରୀ ଅତିଥି ଭବନ ରେ ସରକାରୀ କର୍ମଚାରୀ କିଭଳି ସରକାରୀ ନିୟମକୁ ଉଲଂଘନ କରୁଛନ୍ତି ଏବଂ ଏଥିପ୍ରତି କାହାର ନିଘା ନାହିଁ । ତେବେ ଭିଡିଓରେ ସ୍ପଷ୍ଟ ରୂପେ ବାରି ହୋଇପଡୁଛି ବିଇଓ ମେଡ଼ମ କିଭଳି ନିଜ କର୍ମଚାରୀଙ୍କୁ ଭିଡି ନାଚୁଛନ୍ତି । ଏହି ଘଟଣା ବିଷୟରେ ପ୍ରତିକ୍ରିୟା ନେବାପାଇଁ ଆମେ ବିଇଓ ସୁଶ୍ରୀ ଗାୟତ୍ରୀ ଦେବୀଙ୍କୁ ପଚାରିବାରୁ ଏ ବିଷୟରେ ସେ କିଛି ବି କହିବାକୁ ମନା କରିଦେଇଥିଲେ । ଏହାର ଉଚିତ ତଦନ୍ତ ହେବା ଜରୁରୀ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *