କରୋନାର ମୁକାବିଲା କରିବାକୁ ସଚେତନତା ପାଇଁ ଆଗେଇ ଆସିଲେ କୁନି ଝିଅ ସୁଲଗ୍ନା

ରାୟଗଡା ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) କୋଭିଡ 19 କରୋନାର ଭୟାଭୟତାରୁ କିପରି ଦୁରେଇ ରହିବା ସେଥିପାଇଁ ସରକାର ବେସରକାରୀ ସଂସ୍ଥା ଲାଗିପଡିଛନ୍ତି। ଏହି କରୋନାରୁ ଜନସାଧାରଣ କିପରି ମୁକ୍ତି ପାଇବେ ସେଥିପାଇଁ କୁନି ବୟସରେ ବଡ଼ପଣ। ବାପା ମା’ ଓ ବନ୍ଧୁପରିଜନ ଦେଉଥିବା ଟଙ୍କାକୁ ସଂଚୟ କରିଥିଲେ ।ସମଗ୍ର ଦେଶରେ ମହାମାରୀ କରୋନାରେ ଅସହାୟ ତଥା ଗରୀବଙ୍କୁ ମାସ୍କ ଓ ସାବୁନ ସହାୟତା ଯୋଗାଇଦେବାକୁ ନିଷ୍ପତ୍ତି ନେଲେ। ଛୋଟ ବୟସରେ ଏହିପରି ବଡ଼ପଣ ଦେଖାଇଥିବା ଛାତ୍ରୀ ଜଣଙ୍କ ହେଉଛନ୍ତି ସୁଲଗ୍ନା ଆଚାର୍ଯ୍ୟ। ନିଜେ ସଂଚୟ କରିଥିବା କୁମ୍ପି ଭାଙ୍ଗି ବଜାରରୁ ମାସ୍କ ଓ ସାବୁନ କ୍ରୟ କରି ରାମନାଗୁଡା ବ୍ଲକ ନିକଟସ୍ଥ ଦେଉଳା ଗ୍ରାମରେ ଅସହାୟ ତଥା ପ୍ରତ୍ୟେକ ଘରଘର ବୁଲି ଲୋକଙ୍କୁ ମାସ୍କ ଓ ସାବୁନ ବଂଟନ କରିଥିଲେ।
ସୁଲଗ୍ନାଙ୍କ କହିବା ଅନୁଯାୟୀ, ଘରକୁ ଆସୁଥିବା ବନ୍ଧୁବର୍ଗ ଏବଂ ପରିବାର ଲୋକେ ଦେଉଥିବା ଅର୍ଥକୁ ସେ ବହୁ ଦିନ ଧରି କୁମ୍ପିରେ ସଂଚୟ କରି ରଖିଥିଲେ। ସମଗ୍ର ବିଶ୍ୱରେ କରୋନା ମହାମାରୀ ତାଣ୍ଡବ ରଚିବା,ଏହା ଓଡିଶାକୁ ବ୍ୟାପିବା ପରେ ରାଜ୍ୟରେ ସୃଷ୍ଟି ହୋଇଛି ଜରୁରୀକାଳୀନ ପରିସ୍ଥିତି। ଏହି କୋଭିଡ଼-୧୯ଭୁତାଣୁ ଦୂର କରିବା ଲାଗି ସମସ୍ତ ଅସହାୟଙ୍କୁ ସହଯୋଗ ହାତ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିବା ପରେ ସାରା ରାଜ୍ୟରୁ ବଢ଼ିବାରେ ଲାଗିଛି ସହାୟତା ସୁଅ। ଏଣୁ ଗାଁ’ ଗହଳିରେ ରହୁଥିବା ଅସହାୟଙ୍କୁ ମାସ୍କ ଓ ସାବୁନ ପ୍ରଦାନ କରି କରୋନାକୁ ରୋକିବା ନେଇ ସାମାଜିକ ଦୂରତା ରକ୍ଷା କରିବା ସହିତ ମାସ୍କ ପରିଧାନ ଓ ବାରମ୍ବାର ହାତକୁ ଧୋଇବା ସହିତ ବିନା କାମରେ ବାହାରକୁ ନବାହାରିବା ପାଇଁ ସଚେତନ ବାର୍ତ୍ତା ପ୍ରଦାନ କରିଛନ୍ତି।ତାହା ସହିତ ଏହି କରୋନାର ମୁକାବିଲା ପାଇଁ ଯେଉଁ ଡାକ୍ତର ନର୍ସ ଓ ପୋଲିସ କର୍ମଚାରୀ ଦିନ ରାତି ନିଜକୁ ନିଜ କାର୍ଯ୍ୟରେ ସାମିଲ କରିଛନ୍ତି ତାଙ୍କୁ ଅନ୍ତରର ସହ ସମ୍ମାନ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
ଯାହା ସୁଲଗ୍ନାଙ୍କୁ ପ୍ରଭାବିତ କରିଥିବା କହିଛନ୍ତି। ସଂଚୟ କରିଥିବା ଟଙ୍କା ନେଇ ବଜାରକୁ ଯାଇ ମାସ୍କ ଓ ସାବୁନ କ୍ରୟ କରି ଅସହାୟ ଅବସ୍ଥାରେ ରହିଥିବା ବୃଦ୍ଧ ବୃଦ୍ଧା ଓ ପ୍ରତ୍ୟେକ ଘରଘରକୁ ଯାଇ କରୋନା ମୁକାବିଲା ଲଢେ଼ଇରେ ସାବୁନ ଓ ମାସ୍କ ବାଂଟି ସଚେତନ ତଥା ସୁରକ୍ଷିତ ରହିବା ନେଇ ସଚେତନତା ସୃଷ୍ଟି କରିବା ସହ ବାର୍ତ୍ତା ପ୍ରଦାନ କରିଛନ୍ତି। କୁନି ବୟସରେ ସୁଲଗ୍ନାଙ୍କ ଏପରି ଉଦ୍ୟମ ଓ ନିଷ୍ଠାପଣକୁ ସବୁ ମହଲରୁ ପ୍ରଂଶସାର ସୁଅ ଛୁଟିବାରେ ଲାଗିଛି।
