କରୋନାର କଟକଣା ଲାଗି ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ

ରାୟଗଡା ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ ପଦ୍ମପୁର ପଂଚାୟତ ସମିତିର ସମସ୍ତ ପଂଚାୟତରେ ନିର୍ମାଣ ଶ୍ରମିକ ମାନଂକୁ ଆର୍ଥିକ ସାହାଯ୍ୟ ବଣ୍ଟନ ଆରମ୍ଭ ହୋଇଯାଇଛି। ପଦ୍ମପୁର ପଂଚାୟତର ଯୁମୁରୁଗୁଡ଼ା ଗୋଷ୍ଠିକେନ୍ଦ୍ରରେ 2
ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ରାଶି ପ୍ରତ୍ୟେକ ନିର୍ମାଣ ଶ୍ରମିକଙ୍କୁ 1500ଟଙ୍କା ପ୍ରଦାନ କରାଯାଇଛି । ଏହି ବଣ୍ଟନ ସମୟରେ ବ୍ଲକ ବିଡ଼ିଓ ଦୟାମୟ ପାଢ଼ୀ, ସରପଞ୍ଚ ପୁଣ୍ୟବତୀ ମଣ୍ଡାଙ୍ଗି, ସହକାରୀ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ସାହୁ, ନାଇବ ସରପଞ୍ଚ ରମା ସାହୁ ଉପସ୍ଥିତ ରହିଥିଲେ। ଠିକ ସେହିପରି ଏହି ପଦ୍ମପୁର ବ୍ଲକର ନାଇରା ଗ୍ରାମପଞ୍ଚାୟତର ରାଜୀବ ଗାନ୍ଧୀ ଗୋଷ୍ଠି କେନ୍ଦ୍ରରେ ସାମାଜିକ ଦୂରତ୍ୱକୁ ରକ୍ଷା କରି ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ସାମାଜିକ ଦୁରତା ରକ୍ଷା କରି ଜଣଙ୍କ ପରେ ଜଣେ ହିତାଧିକାରୀ ମୁହଁରେ ମାସ୍କ ବାନ୍ଧି ଆସି ନିଜ ନିଜର ସହାୟତା ରାଶି ଗ୍ରହଣ କରିଥିଲେ। ପ୍ରଥମେ ଶ୍ରମିକଙ୍କୁ ହାତ ଧୂଆ ସାବୁନରେ ହାତ ଧୋଇ ପରେ ସହାୟତା ରାଶି ପ୍ରଦାନ କରିଥିଲେ। ପଂଚାୟତ ସରପଞ୍ଚ ତୁଳା ଶବର,ପଂଚାୟତ ଅଧିକାରୀ ରଥ ବାବୁ, ଜି ଆର ଏସ ଆଲୋକ ମହାଙ୍କୁଡ,ଯୋଗାଣ ସହାୟକ ଗିରିଧାରୀ ସାହୁ ଉପସ୍ଥିତ ରହି ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ରାଶି ପ୍ରଦାନ କରାଯାଇଛି। କରୋନା କଟକଣା ଯୋଗୁ ନିର୍ମାଣ ଶ୍ରମିକଙ୍କ କାମ ଧନ୍ଦା ବନ୍ଦ ଲାଗି ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ଠିକ ସେହିପରି ଏହି ନାଇରା ପଞ୍ଚର ସମସ୍ତ ଗ୍ରାମରେ ଖାଦ୍ୟ ଯୋଜନାର ହିତାଧିକାରୀଙ୍କୁ ଆଗାମୀ ତିନି ମାସରେ ଚାଉଳ ସହିତ ସହାୟତା ଆର୍ଥିକ ରାଶି ପ୍ରତ୍ୟକ କାର୍ଡ ହିତାଧିକାରୀଙ୍କୁ 1000ଟଙ୍କା ପ୍ରଦାନ କରାଯାଇଛି। ପଂଚାୟତର ପ୍ରତ୍ୟେକ ଗ୍ରାମକୁ ଟ୍ରାକ୍ଟର ମାଧ୍ୟମରେ ଚାଉଳ ନେଇ ବଣ୍ଟନ କରାଯାଇଛି। ତାହା ସହିତ 1000ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି। ଜି ଆର ଏସ ଆଲୋକ ମହାଙ୍କୁଡ ଯୋଗାଣ ସହାୟକ ଗିରିଧାରୀ ସାହୁ ଦୀର୍ଘ 5ଦିନ ଧରି ଚାଉଳ ବାଣ୍ଟିଥିଲେ ଓ ପ୍ରତ୍ୟେକ ଗ୍ରାମବାସୀଙ୍କୁ କରୋନାର ମୁକାବିଲା ପାଇଁ ସଚେତନତା କରାଇ ମାସ୍କ ପିନ୍ଧିବା, ହାତକୁ ବାରମ୍ବାର ଧୋଇବା ପାଇଁ କହି ବୁଝାଇଥିଲେ।