01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କରୋନାରେ ମୃତ୍ୟୁ ସାମ୍ବାଦିକ ପରିବାରକୁ ସହାୟତା ରାଶି ପ୍ରଦାନ

ମାଲକାନଗିରି (ସ.ଖ.ପ୍ର ):ରାଜ୍ୟ ସରକାର ବିଭିନ୍ନ କରୋନା ଯୋଦ୍ଧାଙ୍କୁ ସହାୟତା ରାଶି ଘୋଷଣା କରିଥିଲେ |ଏହି କ୍ରମରେ ଯଦି କୌଣସି ସାମ୍ବାଦିକ କରୋନା ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରୁଥିବା ବେଳେ ମୃତ୍ୟୁ ଘଟେ ତେବେ ତାଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଘେଷଣା କରିଥିଲେ |ନିଜ କାର୍ଯ୍ୟ ସମ୍ପାଦନ କରିବା ସମୟରେ ଗଞ୍ଜାମ ଜିଲ୍ଲାର ଜଣେ ଓ ଗଜପତି ଜିଲ୍ଲାର ଜଣେ ସାମ୍ବାଦିକ କରୋନାରେ ମୃତ୍ୟୁ ଘଟିଥିଲା |ଏବେ ମୁଖ୍ୟମନ୍ତ୍ରୀ ତାଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କଲେ |ତେଣୁ ମାଲକାନଗିରି ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ |ଏହି ସମୟରେ ସଙ୍ଘ ସଭାପତି ଓ ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *