କରୋନାରୁ ସୁରକ୍ଷିତ ରହିବା ପାଇଁ ଭୈରୋପୁରରେ ସଚେତନତା ସଂକଳ୍ପ
ବରଗଡଜିଲ୍ଲା : ମଣିଷ ଜୀବନରେ ଲକ୍ଷ୍ମଣ ରେଖା ପାଲଟିଛି କରୋନା ଭାଇରସ , ନିଜକୁ ସୁରକ୍ଷିତ ରଖିବାକୁ ସଚେତନ ହଁ ମୁଖ୍ୟଅସ୍ତ୍ର । ଲୋକଙ୍କୁ ସଚେତନ କରିବା ପାଇଁ ପୋଲିସ, ଡାକ୍ତର, ନର୍ସ , ସଫେଇ କର୍ମଚାରୀ ଜନସାଧାରଣଙ୍କ ହିତ ସକାଶେ କାର୍ଯ୍ୟରତ । ତଦ୍ ସଂଗେ ସଂଗେ ବିଭିନ୍ନ ଅଞ୍ଚଳରେ ସମାଜସେବୀ ଅନୁଷ୍ଠାନ ମଧ୍ୟ ଲୋକଙ୍କୁ ସଚେତନ କରିବା ପାଇଁ ଲାଗିପଡିଛନ୍ତି , ଏହିପରି ସଚେତନର ନିଆରା ପ୍ରୟାସ ଦେଖିବାକୁ ମିଳିଛି , ବରଗଡ ଜିଲ୍ଲାର ବିଜେପୁର ବ୍ଲକର ଭୈରୋପୁର ଗ୍ରାମରେ । ଶିକ୍ଷକ ଭୋଜରାଜ ଦୀପ , ଅଗଂନଓ୍ବାଡି କର୍ମୀ ଉତ୍ତରା ଡନ୍ସନା , ଆଶା ଗଜରୀ ପୋଢ ଓ ଅଗଂନଓ୍ବାଡି ସହାୟିକା ଡାଲିମ୍ବ ନାଏକଙ୍କ ସହଯୋଗରେ ଗାଁର ସବୁ ପରିବାରକୁ କରୋନା ଭଇରସ ପାଇଁ ସଚେତନ କରାଯାଇଛି । କରୋନାରୁ ସୁରକ୍ଷିତ ରହିବା ପାଇଁ ସାବୁନରେ ହାତ ଧୋଇବା , ମାକ୍ସ ପିନ୍ଧିବା , ସାମାଜିକ ଦୂରତାକୁ ମାନିବା , ଜରୁରୀ କାମ ନ ପଡିଲେ ଘରୁ ନ ବାହାରିବା , ସଫା ସୁତୁରା ରହିବା ଏବଂ ଥଣ୍ଡା , ଜ୍ବର , କାଶ ହେଲେ ଡାକ୍ତରଙ୍କ ପରାମର୍ଶ ନେବା ବିଷୟରେ ଶିକ୍ଷକ ଭୋଜରାଜ ଦୀପ ବୁଝାଇଥିଲେ। ଏହି ସଚେତନ କାର୍ଯ୍ୟକ୍ରମରେ ଗ୍ରାମର ଶିକ୍ଷିତ ଯୁବଗୋଷ୍ଠି , ମହିଳା ଅଶଂଗ୍ରହଣ କରି ସରକାରଙ୍କ ସମସ୍ତ ନିୟମକୁ ପାଳନ କରିବା , ଲକଡାଉନକୁ ସଫଳ କରିବା ଓ କରୋନାରୁ ସୁରକ୍ଷିତ ରହିବା ପାଇଁ ସଂକଳ୍ପବଦ୍ଧ ହେଲେ ସମସ୍ତ ପରିବାର । ଏହି ସଚେତନ କାର୍ଯ୍ୟ ପାଇଁ ସମସ୍ତଙ୍କୁ ଅଞ୍ଚଳବାସୀ ସାଧୁବାଦ ଜ୍ଞାପନ କରିଛନ୍ତି।
ବରଗଡ ପ୍ରତିନିଧି ମୋତିଲାଲ ବାଗ