03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କରୋନାରୁ ସୁରକ୍ଷିତ ରହିବା ପାଇଁ କବିତା ମାଧ୍ୟମରେ ସଚେତନ କରୁଛନ୍ତି ଜଗନ୍ନାଥ କୁମ୍ଭାର

ବରଗଡଜିଲ୍ଲା: କରୋନା ଭାଇରସ କୁ ନେଇ ସମସ୍ତେ ଭିନ୍ନ ଭିନ୍ନ ମାଧ୍ୟମରେ ସଚେତନ କରୁଥିବ ବେଳେ ବରଗଡ ଜିଲ୍ଲା ବିଜେପୁର ବ୍ଲକ ର ଚାରପାଲି ଗ୍ରାମର କବି ଜଗନ୍ନାଥ କୁମ୍ଭାର କବିତା ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରୁଛନ୍ତି । ଜଗନ୍ନାଥ ଙ୍କର ଏଭଳି ପ୍ରୟାକୁ ସଚେତନ ମହଳରୁ ପ୍ରଶଂସାର ସୁଅ ଛୁଟୁଛି । କବିତା କରୋନା ଠାନୁ ଅଲଗେ ରହେମା

“““““““““““““““““““`
ମକାରୁ ପିଛାଳୁ ସମାରୁ ମଙ୍ଗଳୁ ବୁଧୁ ଗୁର’ବାରୁ ଶୁକୁରୁ,
ଶନି, ରବି ମାଖ୍’ନି ଜାହ୍ନ୍’ବୀ କଏଁରୀ ଲର୍’ରି ଆରୁ ।
ଯେତେ ଅଛ ଭାଏ ବୁହେନ୍ କକା ବାବା ଲାଗେ ଲେସର
ଧିଆନ୍ ଦେଇକରିଁ ଶୁନ୍’ବ କହେମିଁ ଦୁଇପଦ୍ ଆଜର୍।
କରୋନା ଚୀନ୍ ନୁ ଜନ୍’ମି ପୁର୍ଥି ଦେଇଛେ ହଲେଇ
ଇନୁ ସେନକେ ଡେଗି ଡେଗି ସମ୍’କୁଁ ଦଉଛେ ଡରେଇ
ନାଇଁ ବାହାରିଁ ଉଷୋକଷା ବଲିଁ କରୁଛେ ଦାଦାଗିରୀ,
ଦମ୍ ଧରିଥଉଁ ଗୁଟେ ଚୋଟ୍ ଥିଁ ପଲାବା ତୁଲିଆ ଚିରି ।
ବଢେ ରୋଗ୍ ଇଟା ଖାମ୍ ଖିଆଲି କାଏଁ ବୁଝ୍’ମାଁ , ସଫାସୁତୁରା ରହିକରିଁ ସଭେ କରୋନା ସାଙ୍ଗେଁ ଜୁଝମା ସଚେତନ ହିଁ ଅଟକେଇ ପାର୍ବା
ସାବଧାନ୍ ରହେମାଁ ଘାଏ
କରୋନା ହେଲେ ବଡା ଅଡୁଆ
ତାକି ତର୍କି ଥିବୁରେ ଭାଏ ।
ହାତ୍ ମିଲାଲେଁ ଖାଁସ୍’ଲେଁ ଛିକ୍’ଲେଁ
ଲୋକ ଗହଲି ସାଙ୍ଗେଁ ମିଶି ,
ଡେଗି ଡେଗି କରିଁ ଫଏଲି ଯାଏସି
ଇତାର୍ ନୁ ସେତାକେ ଆସି ।
ମାକ୍ସ ପିନ୍ଧବାର ଜରୁରୀ ଆଏ
ସୁରକ୍ଷା ରହେମାଁ ହାତ୍ ଧୁଇ,
ମାନିଗୁନିକରିଁ ଚଳ୍’ମାଁ ସଭେ
ସର୍କାର୍ କହୁଛନ୍ ଭାଇ ।
ଦିହି ଭିତର୍’କେ ପୁହୁଁଚିବାର୍ ବାଟେଁ
ଟଁଟିନ ରହେସି ପରେ ,
ସଫା ସୁତର ଖାନା ଖାଏଲେଁ ଆମେ
କରୋନା ଛି ନାଇଁ ପାରେ ।
ତାକି ତର୍କି ଚଳ୍’ମାଁ ସଭେ ସଚେତନ ହେଇ ରହେମାଁ ,
ଯହ ଲୋକ ନାଇଁ ରହୁଁ ସରକାରୀ ନିୟମ ମାନମା
ଇ’ ଭୁତାଣୁ ଲାଗ୍’ବା ଯାହାକେ କେନ୍ତାକରି ଜାନ୍’ମାଁ ,
କେତେଟା ଲକ୍ଷଣ୍ ଆମେ ଲକ୍ଷଣ୍ ଦେଖି ତର୍କିମା ।
ଟଁଟି ଦରଦ୍ ଖାଁସି ହେବା ମୁଡ୍ ଦୁଖାବା ନାକ୍ ବୁହିବା ,
ଜର୍ ଥଣ୍ଡା ହେବା ଅସୁହା ବି ଲାଗବା।
ଏନ୍ତା ଲକ୍ଷଣ୍ ଦେଖତେ ସାଏର ଡାକ୍ତରଖାନାକେ ଯିମାଁ ,
ଡାକ୍ତରୀ ପରୀକ୍ଷା କଲେଁ ବାକୀ ଉପେ ସବୁ ଜାନ୍’ମାଁ ।
ନାଇଁ ବାହାର ବାହାର୍’କେ ବାଟେଁ ବୁଲୁଛେ କରୋନା ,
କେନ କାହାକେ ଧର୍’ବା ନାଇଁନ କାହାକେ ଜନା ।
ସରକାର୍ ର ଲକ୍’ଡାଉନ୍’କେ ସ୍ବାଗତ କରି ସଭେ ,
ଘରେ ରହେଲେ କରୋନା ରହେବା ତାର ଭାବେ।
କରୋନାକେ ଖେଦ୍’ବାର୍’କେ ବିଜ୍ଞାନ ହିଁ ଏକା ସାହା,
ସରକାର୍ ଅଁଟା ଭିରିକରିଁ ଆମ୍’କୁଁ କରୁଛନ୍ ଆହା ।
ଗରିବ୍ ଦୁଃଖି ଭୁକେଁ ନାଇଁ ମର୍’ବେ ବଲିଁ
ଖାନା ପିନା କରିଛନ ସୁବିଧା ଲୋକ୍ ଶସାଁଲି ଆଜ୍ଞା ଦାନ କରୁଛନ୍
ନାଇଁ ହେବା ବଲିଁ କିଛି ଅସୁବିଧା ।
ଚଳ୍’ବାର୍ ତରିକା ଆମର୍ ବଦଲି ଯାଇଛେ ଇଟା
ସିନେ ଆମର୍ ବଡ୍ ଉଷୋ ଆଏ ,
ନାଇଁ ଚଳ୍’ଲେଁ ନାଇଁ ଚଳେ ଭାବିଦେଖ ଟିକେ
କରୋନା ବି ଗୁଟେ ବୁଏଡ୍ ଆଏ ।
ସଚେତନ୍ ଏକା ବଡ୍’ଖା ଉଷୋ
ଆମ୍’କୁଁ ରଖ୍’ବା ନୁକୋ ,
କାଏଁହେଲାଯେ ବାହାରେଁ ବୁଲ୍’ମାଁ
ହେବାର୍ ଲାଗିଁ ଲୋକୋପୋକୋ ।
ହାତ୍ ମିଲାମୁଲି ବନ୍ଦ୍ କରିକରି
ସଭେ ଜୁହାର୍ ଭେଟ୍ ହେମାଁ ,
ପୁର୍’ଭେଁ ଯେନ୍ତା ସିଆନ୍ ସୁଜନ୍ ମାନ୍’କୁଁ
ସନ୍’ମାନ୍ ଦଉଥିଲେ
ହେନ୍ତା ବେଭାର୍ କର୍ମା
ହେନ୍ତା ବେଭାର କର୍ମା ।। ଜଗନ୍ନାଥ କୁମ୍ଭାର ଚାରପାଲି, ବିଜେପୁର, ବରଗଡ

ବରଗଡ ପ୍ରତିନିଧି ମୋତିଲାଲ ବାଗ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *