କବି କଳାକାର ମେଳାରେ କବି-କମଳ ସମ୍ମାନ ପାଇଲେ କବି ତଥା ଜିଲ୍ଲା ସାମ୍ବାଦିକ
ବାଲେଶ୍ବର,୬/୧–ବାଲେଶ୍ବର ଜିଲ୍ଲା ସୋର ବ୍ଲକ ପାଖର ଛକଠାରେ ପଦ୍ମଲୋଚନ ପାଠାଗାରର ୨୩ତମ ବାର୍ଷିକ ଉତ୍ସବ ତଥା କବି କଳାକାର ମେଳା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସୁନ୍ଦରଗଡର କବି ତ୍ରିଲୋଚନ ସାହୁଙ୍କ ଦ୍ବାରା ପତକା ଉତ୍ତୋଳନ ପରେ ସକାଳ ଅଧିବେଶନ ଆରମ୍ଭ ହୋଇଥିଲା ।
ଉକ୍ତ ପାଠାଗାରର ସ୍ଥାୟୀ ସଭାପତି ଡକ୍ଟର ପଦ୍ମଲୋଚନ ମହାକୁଡଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଦେବରାଜ ମହାନ୍ତ,ମୁଖ୍ୟ ବକ୍ତା ଇଂ ଅଭୟ ସୂତାର,ବରେଣ୍ଯ ଅତିଥି ନାଟ୍ଯକାର ପୁରୁଷୋତ୍ତମ ବେହେରା,ସମ୍ମାନିତ ଅତିଥି ଭାବେ ଯାତ୍ରା କଳାକାର ବସନ୍ତ କୁମାର ଦାସ,ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା,କବି ତଥା ବାଲେଶ୍ବର ଜିଲ୍ଲା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ନାଟ୍ଯକାର ତଥା ସଭାପତି ଶ୍ରୀ ମହାକୁଡଙ୍କ ଏଭଳି ସାଧୁ ଉଦ୍ଯମକୁ ସ୍ବାଗତ କରିବା ସହିତ ତାଙ୍କର ଅନାବିଳ ସାହିତ୍ୟ ସାଧନା ଏବଂ ପଦ୍ମଲୋଚନ ପାଠାଗାର ସମସ୍ତଙ୍କୁ ସବୁଦିନ ପାଇଁ ବାନ୍ଧି ରଖିଥାଉ, ଯାହାଦ୍ୱାରା କବି ଓ କଳାକାର ମାନଙ୍କର ସମ୍ପର୍କ ଅତି ନିବିଡରୁ ନିବିଡତମ ହୋଇ ସାରା ଓଡ଼ିଶାରେ ଭାଇଚାରାକୁ ଅକ୍ଷୁର୍ଣ୍ଣ ରଖିଥାଉ ବୋଲି ବକ୍ତବ୍ଯ ପ୍ରଦାନ କରିଥିଲେ । ଅନୁଷ୍ଠାନ ଶ୍ରୀ ବେହେରାଙ୍କ ସାହିତ୍ୟ ସାଧନା ଓ ସଚ୍ଚୋଟ ସାମ୍ବାଦିକତାରେ ମୁଗ୍ଧ ହୋଇ କବି-କମଳ ସମ୍ମାନରେ ସମ୍ମାନିତ କରିଥିବାରୁ ସଭାପତିଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ସନ୍ଧ୍ୟା ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଯାତ୍ରା ଖଳନାୟକ ଦୈତାରି ପଣ୍ଡା,ଅତିଥି କଳାକାର ଦାମ ପଣ୍ଡା, କାଳନ୍ଦି ମଲ୍ଲିକ, ଶ୍ରୀଧର ଶେଖର ମହାପାତ୍ର, ସୁକାନ୍ତ କୁମାର ପ୍ରଧାନ ଓ ମୁଖ୍ୟବକ୍ତା ଭାବେ କବି ବଲ୍ଲଭ ରାଉତ ଯୋଗଦେଇ ବକ୍ତବ୍ଯ ରଖିଥିଲେ । ଇତ୍ଯବସରରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ପାଠାଗାରର ପତ୍ରିକା ” କଥାରେ କଥାରେ ” ଲୋକାର୍ପଣ ହୋଇଥିଲା । ପ୍ରାରମ୍ଭରେ ପାଠାଗାରର ସମ୍ପାଦିକା ନିର୍ମଳା ମହାକୁଡ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି କବି କଳାକାର ମେଳାରେ ବଂଶୀଧର ପଣ୍ଡା ଓ କୃତ୍ତିବାସ ବେଜଙ୍କ କବିତା ସଂଯୋଜନାରେ ସାରା ରାଜ୍ୟର କୋଣ ଅନୁକରଣରୁ କବି କବୟିତ୍ରୀମାନେ ଆସି କବିତା ପାଠକରି ସମ୍ବର୍ଦ୍ଧିତ ହୋଇଥିଲେ । ସେଥିମଧ୍ୟରୁ ବାଲେଶ୍ବରର କବି ନରେନ୍ଦ୍ର ପ୍ରସାଦ ବେହେରା, କନ୍ଧମାଳରୁ ଅକ୍ଷୟ କର୍ଣ୍ଣ, ନୃସିଂହାନନ୍ଦ ମହାପାତ୍ର, ଖଇରାରୁ ବସନ୍ତ କୁମାର ଦାସ,ବୌଦ୍ଧରୁ ପ୍ରଦୀପ କୁମାର ସାହୁଙ୍କ ସମେତ ବହୁ କବି କବୟିତ୍ରୀମାନେ ଯୋଗଦେଇଥିଲେ । ଏହି ମେଳାରେ ଚଢେୟା ଗୀତ,ଭଜନ,କିର୍ତ୍ତନ,ଓଡ଼ଶୀ,ନୃତ୍ୟ, ସଂଳାପ,ଚିତ୍ରକର,ଦାସକାଠିଆ, ଲୋକଗୀତ, ଛାନ୍ଦ, ଚମ୍ପୁ,ସମ୍ବଲପୁରୀ ନୃତ୍ୟ ଓ ଆଧୁନିକ ନୃତ୍ୟ ଗୀତ ପରିବେଷଣ ହୋଇଥିଲା । ଦିବସବ୍ଯାପୀ କାର୍ଯ୍ୟକ୍ରମକୁ ମଳୟ କୁମାର ମହାକୁଡ, ସୁଧାଂଶ ମହାନ୍ତି, ହେମନ୍ତ ମହାପାତ୍ର,ବଳରାମ ଦାସ ପୁରୁଷୋତ୍ତମ ବେହେରା ସହଯୋଗ କରିଥିବା ବେଳେ ବାଦ୍ୟଯନ୍ତ୍ରରେ ଲକ୍ଷ୍ମୀକାନ୍ତ ବାରିକ ସହଯୋଗ କରିଥିଲେ । ଦିବସବ୍ଯାପୀ କବି କଳାକାର ମେଳା ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଶେଷରେ ସଭାପତିଙ୍କ ଧନ୍ୟବାଦ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ପ୍ରକାଶ ଥାଉକି ପଦ୍ମଲୋଚନ ପାଠାଗାରର ଲୋକପ୍ରିୟତା ଦିନକୁ ଦିନ ସାରା ରାଜ୍ଯରେ ବୃଦ୍ଧି ପାଉଥିବାରୁ ଚାରିଆଡୁ ସଭାପତିଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ