12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କଂଗ୍ରେସ ଦଳ ପକ୍ଷରୁ ପଂଚାୟତ ଅଫିସ ଘେରାଉ


ଉମରକୋଟ ୦୫/୦୮(ସଖପ୍ର), ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ହୀରାପୁର ଗ୍ରାମ ପଂଚାୟତ କାର୍ଯ୍ୟାଳୟକୁ କଂଗ୍ରେସ ଦଳ ଘେରାଉ କରିଥିଲା। ସୂଚନା ଅନୁଯାଇ ଗତ କିଛି ବର୍ଷ ହେବ ହୀରାପୁର ପଂଚାୟତରେ ବିଭିନ୍ନ ଦୁର୍ନୀତି ହେବାର ଜଣାପଡିଛି। ସେଥିମଧ୍ୟରୁ ହରିଶ୍ଚନ୍ଦ୍ର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା, ରାସ୍ତାଘାଟ ନିମ୍ନମାନର ନିର୍ମାଣ ଇତ୍ୟାଦି। ଏହି ଦୁର୍ନୀତି ଗୁଡିକର ପ୍ରତିବାଦରେ ଆଜି ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ହୀରାପୁର ପଂଚାୟତରେ କାର୍ଯ୍ୟରତ ପି ଇ ଓ ଙ୍କୁ ଏକ ଦାବିପତ୍ର ପ୍ରଦାନ ସହ ଆଗାମୀ ସାତ ଦିନ ମଧ୍ୟରେ ପଂଚାୟତ ବାସୀଙ୍କୁ ସମସ୍ତ ସୁବିଧା ନ ମିଳିଲେ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ଉମରକୋଟ ନଗର ସଭାପତି ଟୁଲୁ ସାହୁ, ବରିଷ୍ଠ ଆଇନଜୀବୀ ତପନ ଦେବନାଥ, ମୁନା ପାଢ଼ୀ, ସୁରେନ୍ଦ୍ର ନାୟକ, ଗୋପାଳ ପଟନାୟକଙ୍କ ସମେତ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥଲେ। ତା ସଂଗେ ସଂଗେ କିଛି ବିଜେପି ଓ ବିଜେଡି ଦଳରୁ ଅତିଷ୍ଠ ହୋଇ କଂଗ୍ରେସ ଦଳରେ ସାମିଲ ହୋଇଥିଲେ।

ଉମରକୋଟରୁ ଘିନୁ ପନାକା

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *