03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କଂଗ୍ରେସର ଓଡ଼ିଶା ବନ୍ଦ ଡାକରା,ସକାଳ ୭ଘଟିକାରୁ ଦିନ ୧ଟା ଯାଏଁ ୬ ଘଣ୍ଟିଆ ବନ୍ଦ

କୋରାପୁଟ ଜିଲ୍ଲା/ଜୟପୁର(ସଖପ୍ର): ଆଜି ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ବିଭିନ୍ନ ଦାବିକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆଜି ଓଡ଼ିଶା ବନ୍ଦ ପାଇଁ ଡାକରା ଆହ୍ବାନ ଦିଆଯାଇଛି। ସକାଳ ୭ଟାରୁ ଦିନ ୧ଟା ଯାଏଁ ୬ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ ଦଳ। ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ପେଟ୍ରୋଲ, ଡିଜେଲ,ଓ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ସହ ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି, ଚାଷୀ ସମସ୍ୟା, ନାରୀ ନିର୍ଯ୍ୟାତନା, ଶିଶୁ ନିଖୋଜ, ବିପର୍ଯ୍ୟୟ ଆଇନ ଶୃଙ୍ଖଳା, ରାଜ୍ୟର ଜଳ, ଜମି,ଓ ଜଙ୍ଗଲକୁ ରାଜ୍ୟ ସରକାରଙ୍କ ଅପାରଗତାର ପ୍ରତିବାଦ କରି ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଏହି ବନ୍ଦ ଡାକରା ଦିଆଯାଇଛି।ଉଭୟ ରାଜ୍ୟ ଓ ଜିଲ୍ଲା ସ୍ତରରେ ବନ୍ଦ ପାଳନ ପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି।

ଏହି ବନ୍ଦକୁ ଶାନ୍ତି ଶୃଙ୍ଖଳା ଭାବେ ପାଳନ କରିବାକୁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ରାଜ୍ୟର ବିଭିନ୍ନ ଅଂଚଳରେ ବିକ୍ଷୋଭ ଓ ପ୍ରଦର୍ଶନ। ଏହାର ପ୍ରଭାବ କୋରାପୁଟ ଜିଲ୍ଲା ଠାରେ ମଧ୍ୟ ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲା ଜୟପୁର ଠାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଆଜି କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମଧ୍ୟ କୋରାପୁଟ ଜିଲ୍ଲାକୁ ବନ୍ଦ କରିବାକୁ ଆହ୍ବାନ ଦିଆଯାଇଛି। କୋରାପୁଟ ଜିଲ୍ଲା ଜୟପୁର ଠାରେ ମଧ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ, ସମସ୍ତ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏହି ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଜୟପୁର ଠାରେ ସମସ୍ତ ସ୍କୁଲ, କଲେଜ, ସମସ୍ତ ପ୍ରକାର ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଛି।ବନ୍ଦରୁ ଆମ୍ବୁଲାନ୍ସ, ଔଷଧ ଦୋକାନ, ଜରୁରୀ ସେବାରେ ନିୟୋଜିତ ଥିବା ଯାନବାହାନ, ଅତ୍ୟାବଶ୍ୟକ ସେବାରେ ଥିବା ଯାନବାହାନକୁ ବାଦ୍ ଦିଆଯାଇଛି। କଂଗ୍ରେସର ଜୟପୁର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି ଉପସ୍ଥିତ ରହିଥିଲେ। ତାଙ୍କ ସାଙ୍ଗରେ ଜୟପୁର କଂଗ୍ରେସ ଦଳର ଶତାଧିକ କର୍ମୀ, ଉପସ୍ଥିତ ରହିଥିଲେ। ଜୟପୁରର ମୁଖ୍ୟ ଟ୍ରାଫିକ ଛକ, ଗାନ୍ଧୀ ଛକ,ଆମ୍ବାଗୁଡା, ବୋରିଗୁମ୍ମା, ବିଭିନ୍ନ ସ୍ଥାନରେ ଯାନବାହାନ ଅଟକ ରଖାଯାଇ ଥିଲା। ଏବଂ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି କରାଯିବା ମଧ୍ୟ ଦେଖିବାକୁ ମିଳିଥିଲା।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *