ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟଙ୍କୁ ସମ୍ବର୍ଦ୍ଧନା…

ମାଲକାନଗିରି (ସ.ଖ.ପ୍ର ):ମାଲକାନଗିରି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ପ୍ରାୟ ୩0ବର୍ଷ ରୁ ଅଧିକ ସମୟ ଧରି ଉତ୍ସର୍ଗୀକୃତ ସାହିତ୍ୟ ସାଧକ କିଶୋର ପ୍ରଧାନଙ୍କୁ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଭାବେ ମନୋନୀତ କରାଯାଇଛି |ସେ ସଦସ୍ୟତା ପାଇଲା ପରେ ଜିଲ୍ଲାର ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ତାଙ୍କୁ ସମ୍ବର୍ଦ୍ଧନା ଦେବାରେ ଲାଗିଛନ୍ତି |ଆଜି ମାଲକାନଗିରିର ମାଟିଲଗ୍ନ| ଆଦ୍ୟାଞ୍ଚଳ ସାହିତ୍ୟ ସଙ୍ଘର କର୍ମକର୍ତାମାନେ ଶ୍ରୀ ପ୍ରଧାନଙ୍କ ଘରକୁ ଯାଇ ତାଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ |ସେ ମାଲକାନଗିରି ଇତିହାସ ଉପରେ ବହୁତ ସୁନ୍ଦର ପୁସ୍ତକ ଲେଖିଛନ୍ତି |ସେ ସର୍ବଦା କୁହନ୍ତି ଏ ପୁସ୍ତକ ପଢିଲେ ଲୋକେ ନିଶ୍ଚିତ ମାଲକାନଗିରି ଜିଲ୍ଲା ବିଷୟରେ କିଛି ଅଜଣା କଥା ଜାଣିପାରିବେ |ମୁଁ ଏହି ପୁସ୍ତକ ଲେଖିବା ପାଇଁ ବହୁତ ତଥ୍ୟ ସଂଗ୍ରହ କରିଛି ଓ ଏଥିପାଇଁ ବହୁତ ସ୍ଥାନକୁ ଯାଇଛି ବୋଲି ସେ କହିଥିଲେ |ସେ ଜଣାଇଥିଲେ ମୋତେ ବର୍ତ୍ତମାନ କେତେଜଣ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି, ମୁଁ ଏଥିରେ ବିଚଳିତ ନୁହେଁ |