01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଓଡିଶା ସାମ୍ବାଦିକ ୟୁନିୟନ ପକ୍ଷରୁ ” ଗୁପ୍ତେଶ୍ୱର ପୀଠ ଉନ୍ନତିରେ ଆମ ଭୂମିକା” ଆଲୋଚନା ଚକ୍ର ଅନୁଷ୍ଠିତ

ବୈପାରିଗୁଡା ୦୭/୦୩(ସଖପ୍ର): ” ଗୁପ୍ତେଶ୍ୱର ପୀଠ ଉନ୍ନତିରେ ଆମ ଭୂମିକା ” ଆଲୋଚ୍ୟ ପ୍ରସଙ୍ଗକୁ ନେଇ ଓଡିଶା ସାମ୍ବାଦିକ ୟୁନିୟନ କୋରାପୁଟ ଶାଖା ଆନୁକୂଲ୍ୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ବରିଷ୍ଠ ସାମ୍ବାଦିକ କଳ୍ପତୁରୁ ମହାନ୍ତିଙ୍କ ସଭାପତିତ୍ୱରେ ଆୟାଜିତ ଉକ୍ତ ଆଲୋଚନା ଚକ୍ରରେ ରମାକାନ୍ତ ରାଉଳ, ଵାଲାରାଏ, ରବି ନାୟକ, ଓଡିଶା ସାମ୍ବାଦିକ ୟୁନିୟନ କୋରାପୁଟ ଶାଖାର ସମ୍ପାଦକ ରାଜେନ୍ଦ୍ର ଗୌଡ଼, ସାଥୀରାମ ନାୟକ, ପି ରମେଶ ପାତ୍ର, ଗୌର ଚନ୍ଦ୍ର ପାତ୍ର,ଚନ୍ଦ୍ର ଶେଖର ରଥ, ମନୋଜ ମହାପାତ୍ର, ଆର ଶ୍ରୀନିବାସ ରାଓ, ଭାଗିରଥି ମୁରଜିଆ,ବିଶ୍ୱଜିତ ନାୟକ, ଭାବନୀ ଶଙ୍କର ପଟ୍ଟନାୟକ,ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଆଲୋଚନା ଚକ୍ରରେ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରକୁ ବୈପାରୀଗୁଡା ତହସିଲ ଅଧୀନରେ ସାମିଲ କରିବା , ପୀଠକୁ ବିଶ୍ଵସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ରୂପେ ମାନ୍ୟତା, ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭକ୍ତଙ୍କ ପାଇଁ ରହିବା ସୁବିଧା କରିବା ,ଶ୍ରାବଣ ମାସରେ ବୋଲବମ ଭକ୍ତଙ୍କ ନିମନ୍ତେ ସୁବିଧା, ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପେକେଜକୁ ସଦୁପଯୋଗ, ପୀଠ ପାଇଁ ରାଜସ୍ୱ ଯେମିତି ବଢିବ, ପୀଠର ସର୍ବାଙ୍ଗିନ ଉନ୍ନତି ପାଇଁ ଚେଷ୍ଟା, ପୀଠରେ ବିଦ୍ୟୁତ ଓ ପାନୀୟ ଜଳ ସମସ୍ୟା ସମାଧାନ ଆଦି ବିଷୟରେ ଆଲୋଚନା କରାଯାଇଛି । ଏଥିରେ ଓଡିଶା ସାମ୍ବାଦିକ ୟୁନିୟନ କୋରାପୁଟ ଶାଖାର ମଙ୍ଗଳ କମିଟି ଅଧ୍ୟକ୍ଷ ଟି ଗୌରୀ ଶଙ୍କର, ଯୁଗ୍ମ ସମ୍ପାଦକ ସୌମ୍ୟ ରଞ୍ଜନ ସାହୁ, “ସବୁବର୍ଗ ଖବର” ସମ୍ବାଦପତ୍ର ସଂପାଦକ ଚନ୍ଦ୍ରକାନ୍ତ ସୁତାର, ଚନ୍ଦ୍ର ଶେଖର ତ୍ରିପାଠୀ, ଅମରେନ୍ଦ୍ର ପରିଛା, ଏନ ସନ୍ତୋଷ କୁମାର, ରାଜେଶ ମହୁରୀଆଙ୍କ ସହ ବୈପାରୀଗୁଡା ସାମ୍ବାଦିକ ବିକ୍ରାନ୍ତ ବେବର୍ତ୍ତା, ଶୁଭନାରାୟଣ ମହାନ୍ତି, ସରୋଜ ଲେଙ୍କା, ଜେ ସୁଧାକର ରାଓ, ସୌମେନ୍ଦ୍ର ପଟ୍ଟନାୟକ, କାଳୀ ପଟ୍ଟନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସେହିପରି ବୈପାରୀଗୁଡା ବ୍ଲକର ତଥା ଆଖ ପାଖ ଗ୍ରାମର ବୁଦ୍ଧିଜୀବୀ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *