11/13/2025

Sabubarga Khabar

All category news

ଓଡିଶା ସାମ୍ବାଦିକ ସଂଘର ବୈଠକରେ କେ ଶ୍ରୀନିବାସ ଉପସଭାପତି ମନୋନୀତ

ବ୍ରହ୍ମପୁର/୧୧/୦୧: ବ୍ରହ୍ମପୁର ଷ୍ଟେସନରୋଡସ୍ଥିତ ସର୍କିଟ ହାଉସ ପରିସରରେ ସୋମବାର ଓଡିଶା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ସଭାପତି ଅଶୋକ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପ୍ରାରମ୍ଭରେ ସଂଘର ଦିବଙ୍ଗତ ସଭାପତି ପ୍ରଭାତ ଦାସଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଗଞ୍ଜାମ ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ରାଜ୍ୟ ସଂପାଦକ ଶଶିଭୂଷଣ ପ୍ରହରାଜ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।ଅତିଥି ରୂପେ ରାକେଶ କୁମାର ଗୁପ୍ତା ଓ ପ୍ରଶାନ୍ତ ଭଟ୍ଟ ପ୍ରମୁଖ ଯୋଗଦେଇଥିଲେ। କୋରାପୁଟଜିଲ୍ଲା ସଭାପତି କେ ଶ୍ରୀନିବାସ ରାଓ,ସରୋଜ କୁମାର ମହାନ୍ତି ବୈଠକରେ ଉପସ୍ଥିତ ଥିଲେ। ଏହି ବୈଠକରେ କେ ଶ୍ରୀନିବାସ ରାଓଙ୍କୁ ସର୍ବସମ୍ମତି କ୍ରମେ ଓଡିଶା ସାମ୍ବାଦିକ ସଂଘର ଉପସଭାପତି ଭାବେ ମନୋନୀତ କରାଯାଇଥିଲା। ସାମ୍ବାଦିକମାନଙ୍କ ସୁରକ୍ଷା,ବ୍ୟାଙ୍କ ଋଣ ନିତିର ସରଳୀକରଣ,ଲୋକସେବା ଭବନକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରବେଶ କଟକଣା ପ୍ରତ୍ୟାହାର କରିବା ଓ ସାମ୍ବାଦିକମାନଙ୍କୁ ଆବାସ ଯୋଜନାରେ ସାମିଲ କରିବା ଆଦି ଦାବି ନେଇ ଏଠାରେ ଆଲୋଚନା ହୋଇଥିଲା।ଶେଷରେ ସାଧାରଣ ସମ୍ପାଦକ ବିଷ୍ଣୁକେଶରୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *