November 18, 2025

Sabubarga Khabar

All category news

ଓଡିଶା ସାମ୍ବାଦିକ ସଂଘ,କୋରାପୁଟ ଶାଖା ତରଫରୁ କରୋନା ଯୋଦ୍ଧା ମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ


କୋରାପୁଟଜିଲ୍ଲା ୧୦/୭(ସଖପ୍ର): ଆଜି ମଧ୍ୟାହ୍ନରେ କୋଟପାଡ଼ ଠାରେ ଓଡିଶା ସାମ୍ବାଦିକ ସଂଘ,କୋରାପୁଟ ଶାଖା ତରଫରୁ କରୋନା ଯୋଦ୍ଧାଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇ ଥିଲା । ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ବୈଦ୍ୟନାଥ ପୁଜାରୀ ଯୋଗଦାନ କରି କରୋନା ଯୋଦ୍ଧା ଭାବରେ ସାମ୍ବାଦିକ ମାନଙ୍କ ଅବଦାନ ସର୍ବାଧିକ ବୋଲି କହିଥିଲେ ।ସମ୍ମାନିତ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ଶ୍ରୀ ସିଦ୍ଧାର୍ଥ ତ୍ରିପାଠୀ (ବାପୁନ) ଯୋଗ ଦାନ କରି ସାମ୍ବାଦିକ ସଂଘ, କୋରାପୁଟ ଶାଖାର ମହାନ୍ ଉଦ୍ୟମକୁ ପ୍ରଶଂସା କରିଥିଲେ । ଓଡିଶା ସାମ୍ବାଦିକ ସଂଘର କୋରାପୁଟ ଜିଲ୍ଲା ସଭାପତି ଶ୍ରୀ କେ ଶ୍ରୀନିବାସ ରାଓ, ସମ୍ପାଦକ ଶ୍ରୀ ରବିଶଙ୍କର ମହାପାତ୍ର, ଉପ ସଭାପତି ଶ୍ରୀ ହରିଶ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ଶ୍ରୀ କେ. ସାକିଲ୍ ଦୋରା ଓ ଅନ୍ୟାନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ । ବିଜ୍ଞାପିତ ଅଞ୍ଚଳ ପରିଷଦ, ସ୍ବାସ୍ଥ୍ୟ ବିଭାଗ, ଗ୍ୟାସ ବଣ୍ଟନ କର୍ମଚାରୀ ସମେତ ଅନ୍ୟାନ୍ୟ କୋରୋନା ଯୋଦ୍ଧା ମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.