01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଓଡିଶା ରୋଗୀଙ୍କୁ ଛାଡୁନି ବିଶାଖାପାଟଣାର ହସ୍ପିଟାଲ, ସରକାରଙ୍କ ସହାୟତା ଲୋଡିଲେ ପୁଅ

ମାଲକାନଗିରି: ମାଲକାନଗିରି ଏମଭି-79ର ତମାଲ ବାକଚୀ ଚିକିତ୍ସାଧୀନ ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ଲୁହ ଛଳ ଛଳ ଆଖିରେ ସାହାଯ୍ୟ ଭିକ୍ଷା କରିଛି ।ସୂଚନା ଅନୁଯାୟୀ, ତମାଲଙ୍କ ବାପାଙ୍କ ଖାଦ୍ୟ ନଳିରେ ଛିଦ୍ର ହେଇଥିବାରୁ ତାଙ୍କୁ ଜଗଦଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଅପରେସନ କରାଯାଇଥିଲା । ଅପରେସନର କିଛି ଦିନ ପରେ ଜଣାପଡିଥିଲା ଯେ ସେହି ସ୍ଥାନରେ ସଂକ୍ରମଣ ହୋଇଛି l ଫଳରେ ପୁଣି ଥରେ ତାଙ୍କର ଚିକିତ୍ସା ପାଇଁ ବିଶାଖାପାଟଣାର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।ସେଠାରେ ତାଙ୍କୁ ଆଉ ଥରେ ଅପରେସନ କରାଯାଇଛି ।ତେବେ ବର୍ତ୍ତମାନ ସୁଦ୍ଧା ତମାଲ ବାପା ଦେବେନ୍ଦ୍ର ବାଗଚୀଙ୍କ ଚିକିତ୍ସାରେ ପ୍ରାୟ 5 ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ଯାହାକି ସେ ନିଜ ଘର ବାଡି ବନ୍ଧକ ରଖି ଖର୍ଚ୍ଚ କରିଛନ୍ତି । ସେପଟେ ଚିକିତ୍ସା ପାଇଁ ଆହୁରି ଦୁଇ ଲକ୍ଷ ଟଙ୍କା ଆବଶ୍ୟକ ହୋଇପଡିଛି । ତେବେ ତାଙ୍କ ପାଖରେ ଆଉ ଟଙ୍କା ନଥିବାବେଳେ ସହାୟତା ପାଇଁ ନିରୁପାୟ ହୋଇ ଜିଲ୍ଲା ପ୍ରଶାସନ ଠୁ ଆରମ୍ଭ କରି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ତମାଲ ।ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *