ଓଡିଶା ମୁହାଁ ପଥ ଚଲା ଶ୍ରମିକଙ୍କୁ ବସ ଯୋଗେ ଛାଡିଲେ ରାୟଗଡା ପୋଲିସ

ରାୟଗଡା ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) କରୋନାରୁ ରକ୍ଷା ପାଇବା ନିମନ୍ତେ ସରକାରଙ୍କ ତାଲା ବନ୍ଦ ଡାକରା ଯୋଗୁଁ ଦକ୍ଷିଣ ଭାରତରେ ହଜାର ହଜାର ସଂଖ୍ୟକ ଶ୍ରମିକ ଫସିରହିଥିଲେ । ବାରମ୍ବାର ତାଲା ବନ୍ଦରେ ଘୋଷଣା ବଢ଼ିବାରୁ ଟ୍ରେନ ବସ ଚଳାଚଳରେ ଆଶା କ୍ଷୀଣ ଯୋଗୁଁ ଶ୍ରମିକ ମାନେ ନିଜ ଘର ଅଭିମୁଖେ କେରଳ ତାମିଲନାଡୁ କର୍ଣ୍ଣାଟକ ତେଲେଙ୍ଗାନା ଆନ୍ଧ୍ର ପ୍ରଦେଶରୁ ଚାଲି ଚାଲି ଆନ୍ଧ୍ର ଓଡିଶା ସୀମାନ୍ତ କେରେଡା ଦେଇ ରାୟଗଡା ସହର ମଧ୍ୟ ଦେଇ ହଜାର ହଜାର ସଂଖ୍ୟାରେ ଶ୍ରମିକ ବିହାର ଝାରଖଣ୍ଡ ଛତିଶଗଡ ଅଭିମୁଖେ ଯାତ୍ରା କରିବାରେ ଦେଖା ଦେଈଛି। ଯାହାକି ଜ଼ିଲ୍ଲା ପ୍ରଶାସନ ପୋଲିସ ଓ ଜନସାଧାରଣଙ୍କ ପାଇଁ ଚିନ୍ତାର କାରଣ ପାଲଟି ଥିବା ବେଳେ ଗୁଣୁପୁର ଗାନ୍ଧୀ ଇଞ୍ଜିନିଅର କଲେଜର ସହଯୋଗ କ୍ରମେ ରାୟଗଡା ପୋଲିସ ଏସ ପି ଡାକ୍ତର ଶ୍ରାବଣ ବିବେକ ଏନଙ୍କ ନେତୃତ୍ୱରେ କେରେଡା ଚେକ ପୋଷ୍ଟ ଠାରେ ବାହାର ରାଜ୍ୟରୁ ଓଡିଶା ମୁହାଁ ଶ୍ରମିକଙ୍କୁ ଅଟକାଇ ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରି ରାୟଗଡା ଓ ଜେ ଜେ ପୁରର କେତେଜଣ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଶ୍ରମିକଙ୍କୁ ଖାଦ୍ୟ ପେୟ ଦେଇ ଗତ 13ତାରିଖ ଠାରୁ 15ତାରିଖ ମଧ୍ୟରେ ଜି ଆଇ ଟି ର 12ବସ ମାଧ୍ୟମରେ 544ଜଣ ଶ୍ରମିକଙ୍କୁ ସେମାନଙ୍କ ପ୍ରଦେଶ ଚେକ ପୋଷ୍ଟ ପର୍ଯ୍ୟନ୍ତ ଛାଡିବାର ବ୍ୟବସ୍ଥା କରି ଶ୍ରମିକଙ୍କୁ ଛାଡ଼ିଛନ୍ତିି ସେଶଖାଲ ଥାନା ଅଧିକାରୀ । ବିଜୟ ଲକ୍ଷ୍ମୀ ହିକକା ଏହି ଶ୍ରମିକ ମାନଙ୍କୁ ଛାଡିବାର କାର୍ଯ୍ୟ ତଦାରଖ କରୁଛନ୍ତି। ରାୟଗଡା ପୋଲିସର ଏହି ମହତ କାର୍ଯ୍ୟ ପାଇଁ ପ୍ରବାସୀ ପଥ ଚଲା ଶ୍ରମିକ ରାୟଗଡା ପୋଲିସ ଜ଼ିଲ୍ଲା ପ୍ରଶାସନ ଓ ଜନସାଧାରଣଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।
