02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଓଡିଶା ଆନ୍ଧ୍ର ସୀମାନ୍ତ କେରେଡା ଚେକ ପୋଷ୍ଟ ଅନୁଧ୍ୟାନ କଲେ ଜ଼ିଲ୍ଲାପାଳ

ରାୟଗଡା ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଆନ୍ଧ୍ର ଓଡ଼ିଶା କେରଡ଼ାରେ ପରିଦର୍ଶନରେ ସେଠାରେ ଅବସ୍ଥାପିତ ସୀମା ନିୟନ୍ତ୍ରଣ କକ୍ଷ ଅନୁଧ୍ୟାନ କରିଥିଲେ ।ଏହି ସମୟରେ ସେଶଖାଲ ପୋଲିସ ଥାନା ଅଧିକାରୀ ବିଜୟ ଲକ୍ଷ୍ମୀ ହିକକା, ରାୟଗଡା ତହସିଲଦାର ଉମାଶଙ୍କର ବେହେରା, ଗୋଷ୍ଠି ଉନୟନ ଅଧିକାରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ବିଡ଼ିଓ ନୃସିଂହ ଚରଣ ପଟ୍ଟନାୟକ, ଅତିରିକ୍ତ ତହସିଲଦାର ସୁନୀଲ ଖରା ପ୍ରମୁଖ ଉପସ୍ଥିତ ରହିଥିଲେ। ପଡୋଶୀ ଆନ୍ଧ୍ର ପ୍ରଦେଶ ଦେଇ କେରଳ ତାମିଲନାଡୁ କର୍ଣ୍ଣାଟକ ତେଲେଙ୍ଗାନାରୁ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକ ଆନ୍ଧ୍ର ଓଡିଶା ସୀମାନ୍ତ କେରେଡା ଦେଇ ବସ ରାସ୍ତା ଓ ରେଳ ପଥ ଦେଇ ପ୍ରବେଶ କରିବାରେ ଲାଗିଛନ୍ତି। ଯେଉଁ ପ୍ରବାସୀ ଓଡ଼ିଆ ଶ୍ରମିକ ମାନେ ଅନ୍ୟ ରାଜ୍ୟରୁ ଓଡ଼ିଆ ଅଭିମୁଖେ ଆସୁଛନ୍ତି ସେମାନଙ୍କର ପଞ୍ଜିକରଣ ନିହାତି କରିଥିବେ ଓ ସେହିମାନେ ଓଡିଶା ପ୍ରବେଶ ପୂର୍ବରୁ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରବାସୀ ଶ୍ରମିକଙ୍କ ନିଜର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ସେନେଇ ସତର୍କତା ଅବଲମ୍ବନ କରିବାକୁ କହିଥିଲେ ।ଏମିତି କି ଓଡିଶା ମଧ୍ୟକୁ ପ୍ରବେଶ କରୁଥିବା ସମସ୍ତ ମାଲ ବାହି ଟ୍ରକ ଚାଳକ ଓ ହେଲପରଙ୍କ ସ୍ୱାସ୍ଥ୍ୟ ମଧ୍ୟ ଯାଞ୍ଚ କରି ପ୍ରବେଶ କରିବା ଅନୁମତି ଦେବା ପାଇଁ କର୍ତବ୍ୟ ରତ ଅଧିକାରୀଙ୍କୁ କହିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *